ପିପିଲି: ଅଞ୍ଚଳବାସିଙ୍କ ଅଭିଯୋଗକୁ ବେଖାତିର କରୁଛନ୍ତି ଠିକାଦାର ଓ ଯନ୍ତ୍ରି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ । ଠିକାଦାର ମାଲାମାଲ । ମାସେ ବି ଗଲାନି ପିଚୁ ରାସ୍ତା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକକେନ୍ଦୁ ମୁଣ୍ଡି ଗ୍ରାମ ପଞ୍ଚାୟତରେ । ପାଇକ କେନ୍ଦୁମୁଣ୍ଡି ଠାରୁ କପୁରମାଳ ଗାଁ କୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ କରାଯାଇଥିଲା। ହେଲେ କାମ ଆରମ୍ଭ ହେବାର ୨୦ ରୁ ୨୫ ଦିନ ଭିତରେ ରାସ୍ତା ଖରାପ ହୋଇଯାଇଛି । ନିମ୍ନ ମାନର ରାସ୍ତା କାମ ଯୋଗୁଁ ପିଚୁକୁ ହାତରେ କାଢିଲେ ବାହାରି ପଡୁଛି । କେବଳ ମାଟି ଉପରେ ପିଚୁ ପକାଇ ଠିକା ସଂସ୍ଥାର ମଧୁଚନ୍ଦ୍ରିକାରେ ମାଲାମାଲ ହେଉଛନ୍ତି ଠିକାଦାର ଓ ଯନ୍ତ୍ରୀ । ଗାଁ ଗହଳି ଲୋକଙ୍କୁ ପ୍ରାଧାନ୍ୟ ଦେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଏଠାରେ ସ୍ଥିତି କିଛି ଅଲଗା ଦେଖାଦେଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀମାନେ କିପରି ଅନୁଧ୍ୟାନ କରୁଛନ୍ତି, ବିଭାଗୀୟ ଯନ୍ତ୍ରୀ, କାହିଁକି ଠିକାଦାର ବିରୁଦ୍ଧରେ ନେଉନାହାଁନ୍ତି କାର୍ଯ୍ୟାନୁଷ୍ଠାନ । ଗାଁ ଠୁ ସହର ସରକାର ଗ୍ରାମ୍ୟ ଉନ୍ନୟନ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ, ବାସ୍ତବିକ ଚିତ୍ର କିଛି ଅଲଗା । ଏଠାରେ ଠିକାଦାର ମାଲାମାଲ ହେଉଥିବାବେଳେ ନିରୂପାୟ ଅବସ୍ତାରେ ବିଭାଗୀୟ ଅଧିକାରୀ । ଗାଁବାସୀଙ୍କ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଓ ସରକାର କେବେ ପ୍ରାଧାନ୍ୟ ଦେବେ ତାହା ଦେଖିବାକୁ ଅପେକ୍ଷା ରହିଲା ।










