ମହାରାଷ୍ଟ୍ର: ମହାରାଷ୍ଟ୍ରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ୨ ଜଣ ଛାତ୍ର ଗଛରେ ଝୁଲି ଜୀବନ ହାରିଥିବା ନେଇ ସୂଚନା ମିଳିଛି । ପାଲଘର ଜିଲ୍ଲାର ୱାଡା ତାଲୁକାରେ ଥିବା ଆମ୍ବିଷ୍ଟେ ଆଶ୍ରମ ସ୍କୁଲରେ ଘଟିଛି ଏହି ଘଟଣା । ଆତ୍ମହତ୍ୟା କରିଥିବା ଛାତ୍ରମାନେ ହେଲେ ଦଶମ ଶ୍ରେଣୀର ଛାତ୍ର ଦେବୀଦାସ ନାଭଲେ ଏବଂ ନବମ ଶ୍ରେଣୀର ଛାତ୍ର ମନୋଜ ୱାଡ । ଉଭୟ ଛାତ୍ର ମୋଖୋଡା ତାଲୁକାର ବାସିନ୍ଦା ଥିଲେ । ଛାତ୍ରମାନେ କପଡା ଶୁଖାଇବା ଦୌଡି ସାହାଯ୍ୟରେ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେବେ ସେମାନଙ୍କର ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










