ଭୁବନେଶ୍ୱ: ଓପିଏସ୍ ସ୍ତରରେ ଅଦଳବଦଳ ନେଇ ଆସିଲା ବଡ ଖବର । ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍ପି । ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୀମା ସ୍ୱାଇଁଙ୍କୁ ବଦଳି କରାଯାଇଛି । ବଦଳି କରି ତାଳଚେରର ଅତିରିକ୍ତ ଏସ୍ପି ଭାବେ ସୀମା ସ୍ୱାଇଁଙ୍କୁ ନିଯୁକ୍ତ କରାଯାଇଛି । ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍ପି ଭାବେ ଦାୟିତ୍ୱ ମିଳିଛି । ମୋଟ ୧୯ ଜଣ ଅତିରିକ୍ତ ଏସ୍ପିଙ୍କୁ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି ।










