17.1 C
Bhubaneswar
Tuesday, February 3, 2026
Homeଓଡିଶାକୋଠଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ

କୋଠଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ

ପୁରୀ: କୋଠ ଭୋଗ ପାଇଁ ପିପିଲି ରୁ ଶ୍ରୀମନ୍ଦିର କୁ ଗଲା ନଡ଼ିଆ। ପବିତ୍ର କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ କୋଠ ଭୋଗ ପାଇଁ ପିପିଲି ଅଞ୍ଚଳରୁ ଶ୍ରୀମନ୍ଦିର କୁ ଯାଇଛି ନଡିଆ।ଗତିଶ୍ବର ପୀଠରୁ ଶ୍ରୀଜୀଉଙ୍କ ପାଇଁ ନଅ ଶହରୁ ଉର୍ଦ୍ଧ୍ବ ନଡିଆ ଶ୍ରୀ ମନ୍ଦିର କୁ ଯାଇଛି।ସ୍ୱତନ୍ତ୍ର ଗାଡି ଯୋଗେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିରକୁ ଯାଇଥିଲା ନଡ଼ିଆ।ଗତ 2015 ମସିହାରୁ ପ୍ରାୟ ୧୦ ବର୍ଷ ହେଲା ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ କ୍ରମେ ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କ କୋଠଭୋଗ ପାଇଁ ପିପିଲିରୁ ଶ୍ରଦ୍ଧାଳୁ ମାନେ ଶହଶହ ସଂଖ୍ୟାରେ ନଡ଼ିଆ ପଠାଇଥାନ୍ତି । ଯାହାକି ପିପିଲି ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ପୁରାଣ ଓ ବର୍ତମାନ ସହ ଓତପ୍ରତଃ ଭାବେ ଜଡ଼ିତ। ସେଥିପାଇଁ ଦଶ ବର୍ଷ ଧରି ପିପିଲି ଗୋବର୍ଦ୍ଧନପୁରର ଜଗନ୍ନାଥପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଗତିଃଶ୍ଵରଦେବଙ୍କ ପୀଠରୁ ପ୍ରତ୍ୟେକ ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ କୋଠଭୋଗ ପାଇଁ ନଡ଼ିଆ ପଠା ଯାଇଥାଏ ! ଗତ ବର୍ଷ ୨୪୦୦ କଡ଼ା ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିଲା ବେଳେ ଚଳିତଥର ନଅ ଶହ ନଡ଼ିଆ ସ୍ୱତନ୍ତ୍ର ଗାଡ଼ି ଯୋଗେ ନାମ ସଂକୀର୍ତ୍ତନ କରି ଆଜି ଶ୍ରୀମନ୍ଦିର ରେ ପହଞ୍ଚିବା ପରେ ଶ୍ରୀମନ୍ଦିର କୁ ଯାଇଥିଲା ନଡିଆ । ବିଶେଷକରି କୋଠଭୋଗ ପାଇଁ ପଠାଯାଇଥିବା ନଡ଼ିଆକୁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଠାରେ ଭାରପ୍ରାପ୍ତ କୋଠଭୋଗ ସହକାରୀଙ୍କୁ ପ୍ରଦାନ କରା ଯାଇ ଥିଲା। ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ସେବା ପାଇ ପିପିଲି ଅଞ୍ଚଳର ଶ୍ରଦ୍ଧାଳୁ କୋଠ ଭୋଗ ପାଇଁ ନଡିଆ ଦେଇ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking