19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶନୂଆ ଲୁକ୍‌ରେ ଦୀପିକା ପାଦୁକୋନ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନୂଆ ଲୁକ୍‌ରେ ଦୀପିକା ପାଦୁକୋନ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ: ନୂଆ ଲୁକ୍‌ରେ ବଲିଉଡ ଅଭିନେତ୍ରୀ ଦୀପୀକା ପାଦୁକୋନ । ଦୀପୀକା ପାଦୁକୋନ ହିଜାବ ପୋଷାକ ପିନ୍ଧିଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୀପିକା ଏବଂ ରଣବୀର ସିଂହ ଆବୁଧାବିରେ ଗୋଟିଏ ବିଜ୍ଞାପନର ସୁଟ କରିଛନ୍ତି । ଯାହାକୁ ନେଇ ଉଭୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏବଂ ଏହି ଫଟୋକୁ ଦେଖି ୟୁଜର୍ସ ମାନେ ଟ୍ରୋଲ ମଧ୍ୟ କରିଛନ୍ତି । ବିଜ୍ଞାପନରେ ଦୀପୀକା ପାଦୁକୋନ ହିଜାବ ପିନ୍ଧି ଶେଖ ଜାଏଦ ଗ୍ରାଣ୍ଡ ମସଜିଦକୁ ସମ୍ମାନ ଜଣାଇଥିବା ଦେଖାଯାଇଛି । ରଣବୀର ମଧ୍ୟ ଏକ କଳା ସୁଟ ସହି ଲମ୍ବା ଦାଢି ରଖିଥିବା ଲୁକରେ ନଜର ଆସିଛନ୍ତି । ଏହାକୁ ଦେଖି ଅନ୍ୟ କିଛି ୟୁଜର୍ସ ତାଙ୍କୁ ସମର୍ଥନ କରିଛନ୍ତି । ଦୁଇ ଦମ୍ପତ୍ତିଙ୍କ ଅଭିନୀତ ଏହି ବିଜ୍ଞାପନଗୁଡିକ ଆବୁଧାବିର ସଂସ୍କୃତି ,ଇତିହାସ ଏବଂ ଐତିହ୍ୟକୁ ପ୍ରଦର୍ଶିତ କରୁଛି । ସୋସିଆଲ ମିଡିଆରେ ଏହାକୁ ନେଇ ଦୀପିକା କହିଛନ୍ତି, ମୋ ପସନ୍ଦ , ମୋର ସ୍ୱାଧୀନତା । ତାଙ୍କ ବିବାହ ଠାରୁ ଆରମ୍ଭ କରି ହିନ୍ଦୁ ରୀତିନୀତିକୁ ଦର୍ଶାଉଥିବା ଫଟୋ ପର୍ଯ୍ୟନ୍ତ ପୋଷ୍ଟ କରାଯାଉଛି । କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦୀପିକାଙ୍କ ହିଜାବ ଲୁକକୁ ପ୍ରଶଂସା କରୁଥିବା ବେଳେ, ଅନ୍ୟମାନେ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। ସେମାନେ କହିଛନ୍ତି ଯେ ଯଦି ଦୀପିକା ଏବଂ ରଣବୀର ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପରି ବିଦେଶୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ସମାନ ଉତ୍ସାହ ଏବଂ ଆନନ୍ଦ ଦେଖାଇଥାନ୍ତେ, ତେବେ ଏହା ଭଲ ହୋଇଥାନ୍ତା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking