ସୁନ୍ଦରଗଡ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମା’ ମୃତ, ପୁଅ ଗୁରୁତର । ରାଉରକେଲାରୁ ଫେରିବା ବେଳେ କୁତ୍ରାଥାନା ଗଡପୋଷ ଛକରେ ଘଟିଛି ଏଭଳି ଦୁର୍ଘଟଣା। ବାଇକରେ ଉଭୟେ ରାଉରକେଲା ମେଡିକାଲକୁ ଯାଇଥିଲେ । ମେଡିକାଲରେ ମୃତ ଭାଇକୁ ଦେଖି ବାଇକ ଯୋଗେ ଫେରୁଥିଲେ ମହିଳା । ସେତିକିବେଳେ ସେମାନଙ୍କ ଉପରେ ଚଢିଗଲା ଟ୍ରେଲର ।ଫଳରେ ଘଟଣାସ୍ଥଳରେ ହିଁ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅର ଅବସ୍ଥା ଗୁରୁତର ଥିଲା । ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ପୁଅକୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ମାଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










