27.1 C
Bhubaneswar
Saturday, December 6, 2025
Homeଓଡିଶାସାମାନ୍ୟ ବଚସାରୁ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ

ସାମାନ୍ୟ ବଚସାରୁ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ

ଗଞ୍ଜାମ: ସାମାନ୍ୟ ବଚସାରୁ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଭଞ୍ଜନଗର ଥାନା ବୁଦୁଲି ଗାଁରେ ଘଟିଛି ହତ୍ୟାକାଣ୍ଡ । ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି, ପଞ୍ଚାନନ  ବେହେରା । ସୂଚନା ଅନୁସାରେ ରବିବାର ରାତିରେ କିଛି ଯୁବକ ପଞ୍ଚୁ ବେହେରାଙ୍କ  ଦୋକାନ ଆଗରେ   ଝଗଡା କରୁଥିଲେ । ସେହି ସମୟରେ ପଞ୍ଚୁଙ୍କ ଦୁଇ ପୁଅ  ଝଗଡା କରୁଥିବା ଯୁବକମାନଙ୍କୁ  ଦୋକାନ ଆଗରୁ ଉଠିବାକୁ କହିଥିଲେ । ଏହି ସାମାନ୍ୟ କଥାକୁ ନେଇ ଦୁଇ ପୁଅଙ୍କୁ ଯୁବକମାନେ ଆକ୍ରମଣ କରିଥିଲେ । ପରେ ପଞ୍ଚୁ ବେହେରା ସାମ୍ନାକୁ ଆସି ଥିଲେ । ତାଙ୍କୁ ମଧ୍ୟ ଯୁବକମାନେ ମାଡ ମାରିଥିଲେ । କିଛି ସମୟ ପରେ ପୋଲିସ ଆସି ଉଭୟ ପକ୍ଷକୁ ବୁଝାସୁଝା କରି ଫେରିଥିଲା । ରାତିରେ ପଞ୍ଚୁଙ୍କ ନାକ ଓ କାନରୁ ରକ୍ତ ବାହାରିବାରୁ ଭଞ୍ଜନଗର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛିା ସେପଟେ ଅଭିଯୋଗ ପରେ ଏହି ଘଟଣାରେ  ପୋଲିସ ପାଞ୍ଚ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking