ଭୁବନେଶ୍ୱର: ଏସଆଇ ପରୀକ୍ଷା ମହାଘୋଟାଲା ଘଟଣା । କୌଣସି ଗୋଟିଏ ବି ପରୀକ୍ଷାରେ ସ୍ୱଚ୍ଛତା ନାହିଁ କହିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଏହା ସହ କହିଲେ ଗତ ସରକାରରେ ଯେଉଁମାନେ ଚାବି ଧରିଥିଲେ, ଏବେ ବି ସେହିମାନେ ଧରିଛନ୍ତି । ବିଜେଡିକୁ ଗାଳି ଦେଇ ସରକାରକୁ ଆସିଲେ, ଏବେ ତାଙ୍କ ସହ ମିଶି ଦୁର୍ନୀତି କରୁଛନ୍ତି । ଏସଆଇ ପରୀକ୍ଷା କେଳେଙ୍କାରୀର ବିଚାର ବିଭାଗୀୟ କିମ୍ବା ସିବିଆଇ ତଦନ୍ତ ହେଉ ।










