30.1 C
Bhubaneswar
Tuesday, May 26, 2026
Homeଓଡିଶା୫୫ ଜଣ ଦାଦନ ଶ୍ରମିକ ଉଦ୍ଧାର

୫୫ ଜଣ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: କଣ୍ଟାବାଞ୍ଜି  ପୋଲିସ ଦ୍ୱାରା  ୫୫ ଜଣ ଦାଦନ ଶ୍ରମିକ ଉଦ୍ଧାର। ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ  ଜଣେ  ଦାଦନ  ସର୍ଦ୍ଦାରଙ୍କ ଘରୁ ପୋଲିସ ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ସର୍ଦ୍ଦାର ଜଣଙ୍କ ଆଗୁଆ ବଇନା ଟଙ୍କା ଦେଇ ଶ୍ରମିକ ମାନଙ୍କୁ  ନିଜ ଘରେ ରଖିଥିଲା। ପୋଲିସ କୌଣସି  ପ୍ରକାରେ ଖବର ପାଇ ଗତକାଲି  ବିଳମ୍ବିତ ରାତିରେ ଚଢାଉ କରି ଏହି ଦାଦନ ଶ୍ରମିକମାନଙ୍କୁ  ଉଦ୍ଧାର କରିଛି । ଶ୍ରମିକମାନେ ନୂଆପଡା ଓ ବଲାଙ୍ଗୀର  ଜିଲ୍ଲାର  ତୁରେକେଲା ଅଞ୍ଚଳର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକ ମାନଙ୍କ  ମଧ୍ୟରେ  ୨୫ ଜଣ ପୁରୁଷ ଶ୍ରମିକ, ୧୬ ଜଣ  ମହିଳା ଓ ୧୪ ଜଣ ଛୋଟ ପିଲା ଥିବ ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking