18.1 C
Bhubaneswar
Wednesday, February 4, 2026
Homeଓଡିଶାସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଘର ବାର୍ଷିକ ଉତ୍ସବ ପାଳିତ..

ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଘର ବାର୍ଷିକ ଉତ୍ସବ ପାଳିତ..

ଯାଜପୁର: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ହିଙ୍ଗୁଳା ସରକାରୀ ଉଚ୍ଚବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ ଶଙ୍ଖଚିଲା ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସଙ୍ଘ ର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଦୀନବନ୍ଧୁ ନାୟକଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ମନ୍ମଥ କୁମାର ମାଝୀ ଅଧ୍ୟାପକ ଇଂରାଜୀ ଏନ୍ ସି ମହାବିଦ୍ୟାଳୟରୁ, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବିଶ୍ବ ମୋହନ ଜେନା ଏନ୍ ଏସ୍ ଏସ ବ୍ୟୁରୋ ମୁଖ୍ୟ ଭୁବନେଶ୍ୱର, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଜିତ ବାରିକ ସମ୍ମାନିତ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଆର୍ଯ୍ୟ ବିଭାଷ କୁମାର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲା ବେଳେ ସମ୍ପାଦକ ବିନୋଦ ବିହାରୀ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ନାମରେ ନାମିତ ପୁରସ୍କାର ସହ ସମ୍ବର୍ଦ୍ଧିତ କରା ଯାଇଥିଲ ।ଏମାନେ ହେଲେ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଶିକ୍ଷକ ନୟନଦୀପ୍ତ ବେହେରା , ଛାତ୍ରୀ ଶୁଭଶ୍ରୀ ସାହୁ , ସନ୍ଧ୍ୟା ରାଣୀ ସାହୁ, ସ୍ମୃତି ରେଖା ସ୍ବାଇଁ, ଆଶାଲତା ସାହୁ, ପୂର୍ଣିମା ନାୟକ, ନିଳାଚଳ ନାଥ,ସୁଦେଷ୍ଣା ମହାପାତ୍ର, ଶୁଭ ଲକ୍ଷ୍ମୀ ସାହୁ,ପ୍ରସାଦିନୀ ମଲିକ, ପ୍ରିୟଙ୍କା ଦାସ୍,,ସ୍ନେହାଶିଷ୍ ସାହୁ,ଶୁଭମ୍ ସାହୁ,ଆୟୁଶ୍ମାନ ଗୁରୁ,ଆଲୋକ ଜ୍ୟୋତି ଗେଡି,ପ୍ରତୀକ୍ ଦାସ୍ ପ୍ରମୁଖ । ଏହି ଅବସରରେ ପୁରୁଣା ପରିଚାଳନା କମିଟି ଭଙ୍ଗ କରାଯାଇ ଏକ ୨୦ ଜଣିଆ ନୂତନ ପରିଚାଳନା ମଣ୍ଡଳୀ ସର୍ବସମ୍ମତି କ୍ରମେ ଗଠନ କରା ଯାଇଛି। ସେମାନଙ୍କ ମଧ୍ୟରେ ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଦୀନବନ୍ଧୁ ନାୟକଙ୍କ ସହିତ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀଯୁକ୍ତ ଅନନ୍ତ ଚରଣ ମଲିକ, ଉପସଭାପତି ଦିଲିପ୍ କୁମାର ସାହୁ, ସମ୍ପାଦକ ଆର୍ଯ୍ୟ ବିଭାଷ କୁମାର,ଯୁଗ୍ମ ସମ୍ପାଦକ ଦିବ୍ୟ ଜୀବନ ସାହୁ,ସହ ସମ୍ପାଦକ ବିମଳେନ୍ଦୁ ସାହୁ, କୋଷାଧ୍ୟକ୍ଷ ଆଦିତ୍ୟ କୁମାର ସାହୁ, ସଙ୍ଗଠନ ସମ୍ପାଦକ ସୌମ୍ୟବ୍ରତ ସାହୁ, କାର୍ଯ୍ୟକାରୀ କମିଟି ରେ ନରୋତ୍ତମ ଜେନା,ଦେବ ପ୍ରକାଶ ସାହୁ, ରମାକାନ୍ତ ସାହୁ, ଅକ୍ଷୟ କୁମାର ଜେନା, ଆଲୋକ କୁମାର ଦାସ୍ ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀକୃଷ୍ଣ ଚନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ଶତପଥୀ, ଵିନୋଦ ବିହାରୀ ସାହୁ, ରଘୁନାଥ ସାହୁ,ବୈକୁଣ୍ଠ ଚରଣ ଜେନା, କୈଳାସ ଚନ୍ଦ୍ର ପଣ୍ଡା, ଭଗବାନ ମଲିକ, ଗଙ୍ଗାଧର ସାହୁଙ୍କୁ ମନୋନୟନ କରାଯାଇଛି। ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଦିବ୍ୟ ଜୀବନ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking