16.1 C
Bhubaneswar
Saturday, December 6, 2025
Homeଓଡିଶାମଣ୍ଡପରେ ମା’ଙ୍କ ମହାସପ୍ତମୀ: ପୀଠରୁ ନେଇ ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା

ମଣ୍ଡପରେ ମା’ଙ୍କ ମହାସପ୍ତମୀ: ପୀଠରୁ ନେଇ ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା

ଭୁବନେଶ୍ୱର: ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ୱରୀ, କଟକର ମା’କଟକଚଣ୍ଡୀ,ଝଙ୍କଡ , ଶାପଳା,  କାକଟପୁର ମଙ୍ଗଳା, ଘଟଗାଁର ମା’ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା ।   ପୀଠମାନଙ୍କରେ ଆଜି ମା’ଙ୍କ  ମହାଅଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ   ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି   ପୀଠରୁ ନେଇ ମଣ୍ଡପ ।  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା  ବିରଜାଙ୍କ ମନ୍ଦିରରେ ଭିଡ ଜମିଛି ।  ସକାଳୁ ସକାଳୁ ଉପବାସ ରଖିଥିବା  ମହିଳାମାନେ  ଲମ୍ବା ଲାଇନରେ   ମାଙ୍କ ଦର୍ଶନ ପାଇଁ ଭିଡ ଲଗାଇଥିବା ବେଳେ ସଂଧ୍ୟାରେ  ମାଙ୍କ ନବଦିନାତ୍ମକ ରଥଯାତ୍ରାର ଅଷ୍ଟମ ଦିନରେ ରଥ ଚାଳନା କରାଯିବ ।  ମାଙ୍କ ମନ୍ଦିର ସୁନ୍ଦର ଭାବେ  ଫୁଲ, ରଙ୍ଗୀନ ଆଲୋକରେ ସାଜସଜ୍ଜା କରାଯାଇଥିବା ବେଲେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking