“ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ। ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ !!”
“କୂଅରୁ ପାଣି ବାହାର କରୁଥିବା ଲୋକର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଉଚିତ୍ ।ପରମେଶ୍ବର ମନୁଷ୍ୟମାନଙ୍କୁ ସମ୍ପଦ ଓ ବିପଦ ଦ୍ବାରା ପରୀକ୍ଷା କରନ୍ତି !!”
“ସୃଷ୍ଟିର ନିୟମ ଅଛି..ଆପଣ ଯାହା ବାଣ୍ଟିବେ, ତାହା ଆପଣଙ୍କ ପାଖରେ ଅଧିକ ହେବ। ଧନ ହେଉବା ଭୋଜନ, ମାନ ହେଉବା ଆପମାନ,ଘୃଣା ହେଉବା ଆପମାନ.. !!”*l
କୌଣସି କାମ ଛୋଟ କିମ୍ବା ବଡ ନୁହେଁ, ବରଂ କାମ କରିବାର ପ୍ରଣାଳୀ ସ୍ୱଳ୍ପ କିମ୍ବା ଦୀର୍ଘସ୍ଥାୟୀ ହୋଇଥାଏ।ବ୍ୟକ୍ତି ବିଶେଷ ଉପରେ ନିର୍ଭର କରେ, ତାହା କେତେ ଶୀଘ୍ର ଅନ୍ତିମ ପର୍ଯ୍ୟାୟରେ ପହଁଚିବ !!”
“ଓଠ ତ ସମସ୍ତଙ୍କ ପାଇଁ କାନ୍ଦିଥାଏ,ହେଲେ ଆଖି ସମସ୍ତଙ୍କ ପାଇଁ କାନ୍ଦି ପାରେନା। ଆଖି କେବଳ ତା ପାଇଁ କାନ୍ଦେ ଯାହାକୁ ଆମେ ଆମ ନିଜଠୁ ଅଧିକ ଭଲ ପାଆନ୍ତି !!”
ଆଘାତ ଶାରୀରିକ ହେଉ କି ମାନସିକ ହେଉ କଷ୍ଟ ତ ମିଳିଥାଏ….
ହେଲେ
ସେମାନଙ୍କ ମଧ୍ୟରୁ ଫରକ୍ କେବଳ ଏତିକି ଯେ… ଶାରୀରିକ ଆଘାତ ଆମକୁ କଷ୍ଟ ଦେଇଥାଏ, ଆଉ ମାନସିକ ଆଘାତ ଜଣଙ୍କୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଇଥାଏ.
ଯଦି ତୁମର ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି, ତେବେ ଦୁନିଆର କୌଣସି ଶକ୍ତି ତୁମକୁ ରୋକି ପାରିବ ନାହିଁ ।
ପାପ ଏମିତି ଏକ ଦ୍ରବ୍ଯ ଅଟେ, ଯାହା କିଣିବାବେଳେ ଶସ୍ତା ଲାଗେ, କିନ୍ତୁ ତାହାର ମୂଲ୍ୟ ଶୁଝିଲା ବେଳକୁ ପୀଢ଼ି ପରେ ପୀଢ଼ି କଟିଯାଏ ।
ବିବାହ ଥରେ ହୁଏ ବୋଲି ଭାବି ଲୋକେ ଅନାବଶ୍ୟକ ଭାବେ ବହୁତ ଖର୍ଚ୍ଚ କରିଦିଅନ୍ତି। କିନ୍ତୁ ପ୍ରତି କଳ୍ପରେ କେବଳ ଥରେମାତ୍ର କଳିଯୁଗର ଅନ୍ତିମ ସମୟରେ ଭଗବାନଙ୍କ ସହ ମିଳନ ହୁଏ ବୋଲି ଜାଣି ସୁଦ୍ଧା ପବିତ୍ରତାକୁ କେହି ଧାରଣ କରି ନଥାନ୍ତି ।
ଶରୀର ଯଦି ଅସୁସ୍ଥ ହୁଏ ମନ ତଥାପି ସୁସ୍ଥ ରହିପାରେ କିନ୍ତୁ ଯଦି ମନ ଅସୁସ୍ଥ ହୋଇଯାଏ, ତେବେ ଶରୀର ସୁସ୍ଥ ରହିବା ସମ୍ଭବ ନୁହେଁ ।
ଅଦ୍ୟ ସେପ୍ଟେମ୍ବର ମାସ ୨୭ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- ଶୁକ୍ଳ
ତିଥି- ପଞ୍ଚମୀ ଦିବା ଘ୧୧/୪୮ ଗତେ ଷଷ୍ଠୀ
ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୧/୪୭ ଗତେ ଜ୍ୟେଷ୍ଠା
ଚନ୍ଦ୍ର- ବିଛା
ଯୋଗ- ପ୍ରୀତି
କରଣ – ବାଳବ
ସୌରମାସ- କନ୍ୟା ୧୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୦୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୭
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୧୧/୪୮ ଗତେ ପଶ୍ଚିମେ
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଷଷ୍ଠୀ ର ପାର୍ବଣ ଶ୍ରାଦ୍ଧ
ଅଦ୍ୟ ତପଷଷ୍ଠୀ
✧═════•❁❀❁•═══
କାଳବେଳା -ଦିବା ଘ ୦୭/୧୧ ମଧ୍ୟେ ଓ ଘ ଲ୦୪/୦୮ ଗତେ ଘ୦୫/୩୭ ମଧ୍ୟେ
ବାରବେଳା- ଦିବା ଘ ୦୧/୦୫ ଗତେ ଘ ୦୨/୩୬ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୬ ଗତେ ଘ୦୯/୪୦ ମଧ୍ୟେ ଓ ଘ ୦୨/୩୬ ଗତେ ଘ୦୩/୧୭ ମଧ୍ୟେ ଓ ରାତ୍ରି ଘ ୧୨/୪୮ ଗତେ ଘ୦୨/୨୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୨୬ ଗତେ ଘ୦୩/୧୬ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ବେଲ ଦିବା ଘ୧୧/୪୮ ଗତେ ନିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════
ରାଶି ଫଳ
ମେଷ
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
✧═════•❁❀❁•═════
ବୃଷ
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════
ମିଥୁନ
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
✧═════•❁❀❁•═════
କର୍କଟ
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
✧═════•❁❀❁•═════
ସି˚ହ
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
✧═════•❁❀❁•═════
କନ୍ୟା
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
✧═════•❁❀❁•═════
ତୁଳା
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
✧═════•❁❀❁•═════
ବିଛା
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
✧═════•❁❀❁•═════
ଧନୁ:
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════
ମକର:
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
═════•❁❀❁•═════
କୁମ୍ଭ
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
═════•❁❀❁•═════
ମୀନ:
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।










