ଆଜି ଦିନରେ ଲୋକଙ୍କ ପାଖରେ ଅର୍ଥର ଅଭାବ ନାହିଁ,
ଘରର ଅଭାବ ନାହିଁ,
ଖାଦ୍ୟର ଅଭାବ ନାହିଁ,
ମଣିଷ ର ଅଭାବ ନାହିଁ, ” ତଥାପି ”
ମଣିଷ ପାଖରେ ସୁଖ ନାହିଁ । “କାରଣ ”
ଏବେ ମଣିଷ ପାଖରେ ଭଲପାଇବାର ଅଭାବ
ସହନଶୀଳତା ର ଅଭାବ ” ଆଉ ”
ମଣିଷପଣିଆ ର ଅଭାବ ।
ଖୁବ୍ ଅଳ୍ପକେ ଯେଉଁମାନେ କାହାକୁ ଆପଣାର କରି ନିଅନ୍ତି ଦୁନିଆରେ ସେହିମାନେ ସବୁଠାରୁ ବେଶୀ କଷ୍ଟ ପାଆନ୍ତି ।
ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ ସହିବାର ଶକ୍ତି ଯେଉଁ ମଣିଷ ପାଖରେ ଅଛି ତାକୁ ଦୁନିଆ କେବେ ହରାଇ ପାରେ ନାହିଁ ।
ଏକ ନାସ୍ତିକ ମନ କେବେ ଆସ୍ତିକର ପଥ ଖୋଜିପାଇପାରେନା । ଏକ ଜଟିଳ ମନ କେବେ ସରଳ ମନର ଆନନ୍ଦ ଉପଲବଧି କରିପାରେନା । ଏକ ବିକୃତ ମସ୍ତିଷ୍କ କେବେ ଉତ୍ଫୁଲ୍ଲିତ ମନର ସୁରମ୍ୟ ପ୍ରାସାଦ ଗଢିପାରେନା ।
ଏ ଦୁନିଆରେ ଭଲ ମଣିଷର କୌଣସି Value ନାହିଁ Value ଅଛି କେବଳ ରୂପ ଆଉ ଟଙ୍କାର ।
ଲଙ୍କାପୁରରେ ରାମ ରାମ କହିଲେ ବିଭିଷଣ ଭଳି ତଡ଼ା ଖାଇବାକୁ ପଡିଥାଏ । ଠିକ୍ ସେହିପରି ଏହି କଳି ଦୁନିଆରେ ସତ ପଥରେ ରହିଲେ ବହୁତ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ । ହେଲେ ଗୋଟିଏ କଥା ମନେରଖନ୍ତୁ ବିଭିଷଣ ସିନା ଲଙ୍କାପୁରରୁ ତଡ଼ା ଖାଇଲେ ପରନ୍ତୁ ରାମଚନ୍ଦ୍ରଙ୍କ ପାଖରେ ଶରଣାପନ୍ନ ହୋଇଥିଲେ ଠିକ୍ ସେହିପରି ଆମେ ମଧ୍ୟ ସତ ପଥରେ ରହିଲେ ଭଗବାନଙ୍କ ଶରଣାପନ୍ନ ହୋଇପାରିବା !!”
“ଏକ ସୁନ୍ଦର ପୋଷାକଟିଏ ବ୍ୟକ୍ତିତ୍ବର ପରିବର୍ତ୍ତନ କରିପାରିବ, କିନ୍ତୁ ଏକ ସୁନ୍ଦର ଆଚରଣ ନିଜ ଜୀବନକୁ ସମ୍ପୁର୍ଣ୍ଣ ବଦଳାଇ ଦେଇପାରେ !!”
“ଆପଣଙ୍କର ଦକ୍ଷତା ଆପଣଙ୍କୁ ଶୀର୍ଷରେ ପହଞ୍ଚେଇପାରେ, ପରନ୍ତୁ ସେଠାରେ ତିଷ୍ଠି ରହିବାକୁ ହେଲେ ଏକ ଭଲ ଚରିତ୍ରର ଆବଶ୍ୟକତା ରହିଛି !!”
ନିଜର ଅତୀତକୁ ମନେରଖନ୍ତୁ, ବର୍ତ୍ତମାନକୁ ଗ୍ରହଣ କରନ୍ତୁ, ଭବିଷ୍ୟତ ଉପରେ ଭରଷା ରଖନ୍ତୁ । କାହିଁକିନା ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ !!”
ସମ୍ମାନ ବଦଳରେ ସମ୍ମାନ କମ୍ ଦିଅନ୍ତୁ ଚଳିବ….
କିନ୍ତୁ
ଅପମାନ ବଦଳରେ ଅପମାନ ସୁଧମୂଲ୍ ସହ ଫେରାଇବା ଦରକାର । ଅପମାନ ଥରେ ସହିଗଲେ ଅପମାନ କରିବା ବାଲାର ସାହାସ ବଢ଼ି ଚାଲେ….
ଜୟ ଜଗନ୍ନାଥ










