ଭୁବନେଶ୍ୱର: ବିଜେଡିରୁ ନିଲମ୍ବନ ପରେ ପୁଣି ବର୍ଷିଲେ ଶ୍ରୀମୟୀ ମିଶ୍ର । ସୋସିଆଲ ମିଡିଆ ପୋଷ୍ଟରେ ଲେଖିଲେ ‘ଗଣତନ୍ତ୍ରର ଅପମାନ’ । ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ । ଭୋଟର ଆଇଡି ଏବଂ ଏପିକ ନମ୍ବର ଆବଶ୍ୟକ କରୁ । ସଭାପତି ଭୋଟ ଦେବାକୁ ହେଲେ ସଦସ୍ୟତା ନମ୍ବର ଥିବା ଉଚିତ । ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ । ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଏହା ଗଣତନ୍ତ୍ରର ଅପମାନ।










