16.1 C
Bhubaneswar
Sunday, December 7, 2025
Homeଓଡିଶାଚାଷୀଙ୍କୁ ସାର ନମିଳିଲେ ଗ୍ରାମାଞ୍ଚଳକୁ ବ୍ୟାପିବ ଆନ୍ଦୋଳନ: କିଷାନ କଂଗ୍ରେସ

ଚାଷୀଙ୍କୁ ସାର ନମିଳିଲେ ଗ୍ରାମାଞ୍ଚଳକୁ ବ୍ୟାପିବ ଆନ୍ଦୋଳନ: କିଷାନ କଂଗ୍ରେସ

ଭୁବନେଶ୍ୱର: ସାରା ରାଜ୍ୟରେ ସାର ଅଭାବ ଏବଂ କଳାବଜାରୀ ପାଇଁ ନାହିଁ ନଥିବା ଅବସ୍ଥା ଦେଖା ଦେଇଛି । ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହେବା ସହିତ ସାର ଅଭାବ ଯୋଗୁଁ ଚାଷୀ ହତାଶ ଓ ଆତଙ୍କିତ ହୋଇ ପଡିଲେଣି । ସରକାରଙ୍କ ସାର ବିତରଣ ପ୍ରକ୍ରିୟା ସମ୍ପୂର୍ଣ ଫେଲ ମାରିଛି। ଚାଷୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ସରକାର ଚାଷୀଙ୍କ ସମସ୍ୟା ପ୍ରତି ମୋଟେ କର୍ଣ୍ଣପାତ କରୁ ନାହାନ୍ତି ।

ସାର ଅଭାବ, କଳାବଜାରୀ ଓ ସରକାରଙ୍କ ଅପାରଗତା ବିରୁଦ୍ଧରେ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଏକ ବିରାଟ ରାଲି ଏବଂ ବିଧାନସଭା ଘେରାଉ ଆୟୋଜନ କରାଯାଇଥିଲା । ଏହି ଘେରାଉ କାର୍ଯ୍ୟକ୍ରମରେ କିଷାନ କଂଗ୍ରେସ ଅଭିଯୋଗ କରିଛି, ରାଜ୍ୟରେ ବିଶେଷତଃ ୟୁରିଆ ସାରର ଘୋର ଅଭାବ ଏବଂ କଳାବଜାରୀ ଦେଖାଯାଇଛି । ସମବାୟ ସଂସ୍ଥା ଓ ମାର୍କଫେଡ଼ରେ ଦୁର୍ନୀତି ଚରମ ସୀମାରେ । ଏଇ ସଂସ୍ଥା ଦ୍ବୟ ଏବଂ ସରକାରଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା । ସରକାର କହୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସାର ଗଚ୍ଛିତ ଅଛି। କିନ୍ତୁ ଏପଟେ ଚାଷୀଙ୍କୁ ସାର ନ ମିଳିବା ଆଶ୍ଚର୍ଯ୍ୟ କରୁଛି। ସାର ପାଇଁ ଚାଷୀ ଦିନ ଦିନ ରାତିରାତି ଅଧିଆ ପଡୁଛି । ରୁଆ ବେଉଷଣା ସମୟରେ ଏବଂ ଯେତେବେଳେ ଯେଉଁ ସାର ଆବଶ୍ୟକ ସେଇ ସମୟରେ ଚାଷୀଙ୍କୁ ସାର ନ ମିଳବା ଅତ୍ୟନ୍ତ ଦୁଃଖଦାୟକ । ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଚାଷୀ ଭଲ ଅମଳର ଆଶାବାଦୀ ଥିଲାବେଳେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଚାଷୀକୁଳ ହତାଶ ଅବସ୍ଥାରେ ଅଛନ୍ତି । ତେଣୁ କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି, ସରକାର ତୁରନ୍ତ ଆଧାର ଏବଂ ଜମି ପରିମାଣ ଅନୁଯାୟୀ ଚାଷୀ ଓ ଭାଗଚାଷୀଙ୍କୁ ସାର ବଣ୍ଟନ କରନ୍ତୁ । ଥୋଡ଼ ଧରିବା ସମୟରେ ଯେଉଁ ସାରର ଆବଶ୍ୟକତା ଅଛି ତାହା ସରକାର ତୁରନ୍ତ ପ୍ରଦାନ କରୁ ବୋଲି ଦାବି କରିଛି । ଯଦି ସରକାର ଚାଷୀଙ୍କ ନାଯ୍ୟ ଦାବି ପୂରଣ କରିବେନି ତେବେ ଆନ୍ଦୋଳନ ଗ୍ରାମାଭିମୁଖୀ ହେବ ଓ କ୍ଷତିଗ୍ରସ୍ତ ଚାଷୀଙ୍କ ନେତୃତ୍ୱ କିଷାନ କଂଗ୍ରେସ ନେଇ ଗାଁ ଗଣ୍ଡାରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି କିଷାନ କଂଗ୍ରେସ ।

କିଷାନ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ପୁଲିସ ବାଧା ଦେଇ କିଷାନ କଂଗ୍ରେସ ସଭାପତି ଅଭୟ ସାହୁ, ଉପସଭାପତି ଅରୁଣ ଜେନା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ସମ୍ପାଦକ ରଜନୀକାନ୍ତ ସାମଲ, ଚାଷୀ ନେତା ଅଧୀର ଜେନା, ସୁବାସ ପ୍ରଧାନ, ଶୀତିକଣ୍ଠ ମହାନ୍ତି, ଯୋଶଦା ନନ୍ଦନ ସିଂ, ଶିବରାଜ ପ୍ରଧାନ, ସ୍ମୃତି ରଞ୍ଜନ ସ୍ୱାଇଁ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ସାନରାଜ ଗଣ୍ଡ ପ୍ରମୁଖ ଗିରଫ ହୋଇଥିଲେ। ତେବେ ମହିଳା ନେତ୍ରୀ ସସ୍ମିତା ପଣ୍ଡାଙ୍କୁ ଗିରଫ କରି ପୋଲିସ ଭ୍ୟାନରେ ନେଉଥିବା ବେଳେ କୌଣସି ମହିଳା ପୋଲିସ ନ ରହିବା ଦୁର୍ଭାଗ୍ୟଜନକ । ଏହାର ପୁନରାବୃତ୍ତି ବାରମ୍ବାର ଘଟୁଛି ଏବଂ କିଷାନ କଂଗ୍ରେସ ଏହାର ଘୋର ନିନ୍ଦା କରୁଛି ।

କିଷାନ କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମର ନେତୃତ୍ୱ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ବିଧାୟକ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଏବଂ କିଷାନ କଂଗ୍ରେସ କେନ୍ଦ୍ରୀୟ ସଂଯୋଜକ ଅମୀୟ ପଟ୍ଟନାୟକଙ୍କ ସହିତ ରାଜ୍ୟର ସମସ୍ତ ସ୍ଥାନରୁ ଆସିଥିବା କିଷାନ କଂଗ୍ରେସର ବରିଷ୍ଠ ନେତା ଜୟନ୍ତ ମହାପାତ୍ର, କହେଁଇ ବେହେରା, ଦୁର୍ଗା ପ୍ରସାଦ ପାଢ଼ୀ, ବରଗଡ଼ କିଷାନ କଂଗ୍ରେସ ସଭାପତି ଗୁଣନିଧି ସାହୁ, ଭଦ୍ରକ ସଭାପତି ପ୍ରସନ୍ନ ଧଳ, ସୁନ୍ଦରଗଡ ସଭାପତି ସୁନି ପଣ୍ଡା, କଟକ ସଭାପତି ନିମାଇଁ ରାଉତରାୟ, ରଘୁନାଥ ସ୍ୱାଇଁ, ବିଭୁତି ଲେଙ୍କା, ଦେବ ପ୍ରସାଦ ନାୟକ, ରଶ୍ମୀ ରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟ ମହାନ୍ତି, ଧ୍ରୁବ ପରିଡା, ସେମ ହେମ୍ବ୍ରମ, ସାନନ୍ଦ ମିଶ୍ର, ପତିତ ପାବନ ପ୍ରଧାନ, ବିପ୍ରବର ସାହୁ, ମନୋଜ ମହାନ୍ତି, ସୁନିତା ବାଗ ଓ କିଷାନ ପଣ୍ଡାଙ୍କ ସହ ହଜାର ହଜାର ସଂଖ୍ୟାରେ କିଷାନ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇ ସରକାରଙ୍କୁ ଚାଷୀଙ୍କ ଦାବି ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking