ବୌଦ୍ଧ: ପୁରୁଣାକଟକରେ ଥିବା ବାଣ ଗୋଦାମରେ ହୋଇଥିବା ବିସ୍ଫୋରଣ ଘଟଣା । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ବାଣ ବ୍ୟବସାୟୀ ଆଲୋକଦତ୍ତ କାଣ୍ଟି ଓ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ୪ଟି ବାଣ ଗୋଦାମରେ ଚଢାଉ କରିଛି ପୋଲିସ । ଚଢାଉ କରି ୬ କୋଟିରୁ ଅଧିକ ମୂଲ୍ୟର ବେଆଇନ ବାଣ ଜବତ କରିଛି । ସୂଚନାଯୋଗ୍ୟ, ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା-ଛତ୍ରପୁର ଗାଁ ମଧ୍ୟ ଭାଗରେ ଥିବାରେ ଏକ ବାଣ ଗୋଦାମରେ ରବିବାର (ସେପ୍ଟେମ୍ବର ୨୧, ୨୦୨୫) ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୨ ଜଣ ମୃତ୍ୟୁବରଣ ହୋଇଥିଲା। ବସ୍ଫୋରଣ ଯୋଗୁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ଘରଦ୍ୱାର ଗାଡ଼ି ଶୋରୁମ ସହିତ ଦୋକାନ ଥରି ଘରର କାଚ ଭାଙ୍ଗିଯାଇଥିଲା।










