ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଲାଣି ଶାରଦୀୟ ମା’ ଦୁର୍ଗାଙ୍କ ନବରାତ୍ରି ପୂଜା । ଆଜି ନବରାତ୍ରିର ଦ୍ୱିତୀୟ ଦିନ । କହିରଖୁଛୁ ଯେ ଏହି ନବରାତ୍ରିରେ ଏହି ସବୁ ଭୁଲଗୁଡିକ କରନ୍ତୁ ନାହିଁ । ନବରାତ୍ରି ସମୟରେ ଯଦି ଆପଣ କୌଣସି ସ୍ଥାନରେ ଲାଲ ରଙ୍ଗର କପଡା, ଲେମ୍ବୁ , ଛୁଞ୍ଚି, ନଡିଆ ଦେଖନ୍ତି ସେସବୁକୁ ସ୍ପର୍ଶ କରନ୍ତୁ ନାହିଁ । ନବରାତ୍ରି ସମୟରେ ତାନ୍ତ୍ରିକ ରୀତିନୀତି ବହୁତ ସକ୍ରିୟ ହୋଇଯାଏ । ଏମାନଙ୍କ ସଂସ୍ପର୍ଶରେ ଆସିବା କ୍ଷତିକାରକ ହୋଇପାରେ । ନବରାତ୍ରି ସମୟରେ କୌଣସି ମହିଳାଙ୍କୁ ଅସମ୍ମାନ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଦେବୀ ଦୁର୍ଗା କ୍ରୋଧିତ ହୁଅନ୍ତି । ନିଜ ପରିବାର ସଦସ୍ୟ ଭାବି ସମ୍ମାନ କରନ୍ତୁ । ନବରାତ୍ରି ସମୟରେ ଅଜଣା ବ୍ୟକ୍ତିଙ୍କ ଠାରୁ ପ୍ରସାଦ କିମ୍ବା ମିଠା ଗ୍ରହଣ କରନ୍ତୁ ନାହିଁ । ଅଜଣା ବ୍ୟକ୍ତିଙ୍କ ଠାରୁ ମିଠା ଗ୍ରହଣ କରିବା ଦ୍ୱାରା ଆପଣଙ୍କ ଜୀବନରେ କଳାଯାଦୁ ଏବଂ ନକାରାତ୍ମକ ଶକ୍ତି ଆସିଥାଏ । କାହାକୁ ବ୍ୟବହାର ପାଇଁ ଆପଣଙ୍କ ପୋଷାକ କିମ୍ବା ବ୍ୟକ୍ତିଗତ ଜିନିଷ ଦିଅନ୍ତୁ ନାହିଁ । ଯାହା ଆପଣଙ୍କୁ ମାନସିକ ଏବଂ ଶାରୀରିକ ଭାବରେ କ୍ଷତି ପହଞ୍ଚାଇପାରେ । ନବରାତ୍ରିରେ କଳା ପୋଷାକ ପିନ୍ଧିବା ବନ୍ଦ କରନ୍ତୁ । ନଚେତ କଳା ରଙ୍ଗ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ।










