ଭୁବନେଶ୍ୱର: ହାତୀ ମଣିଷ ଲଢେଇରେ ଯାଇଛି ୪୫ ଲୋକଙ୍କ ଜାବନ । ଗତ ସାଢେ ୪ ମାସରେ ହାତୀ ଆକ୍ରମଣରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ସାଢେ ୪ ମାସରେ ମୃତ୍ୟୁ ବରଣ କରିଛନ୍ତି ୯ଟି ହାତୀ । ବିଦ୍ୟୁତ ଆଘାତରେ ୭ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଟ୍ରେନ ଦୁର୍ଘଟଣାରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ଏନେଇ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି ।










