19.1 C
Bhubaneswar
Monday, December 8, 2025
Homeଓଡିଶା୮ ବର୍ଷର ଜିଏସଟି ହରିଲୁଟ ପରେ ବଚତ୍ ସପ୍ତାହ ପାଳନ ହାସ୍ୟାସ୍ପଦ: କଂଗ୍ରେସ

୮ ବର୍ଷର ଜିଏସଟି ହରିଲୁଟ ପରେ ବଚତ୍ ସପ୍ତାହ ପାଳନ ହାସ୍ୟାସ୍ପଦ: କଂଗ୍ରେସ

ଭୁବନେଶ୍ବର: ନବରାତ୍ର ପାର୍ବଣ ଋତୁର ପ୍ରଥମ ଦିନରୁ ଜିଏସଟି ସ୍ଲାବରେ ପରିବର୍ତ୍ତନ କରି ଲୋକଙ୍କୁ ବଚତ୍ ସପ୍ତାହ ପାଳନ ପାଇଁ ମୋଦିଙ୍କ ଆହ୍ବାନକୁ ଜିଏସଟି ଜୁମଲା ପାର୍ଟ-୨ କହି କଟାକ୍ଷ କରିଛି କଂଗ୍ରେସ । ଥାଳି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପ୍ରଶାନ୍ତ ଶତପଥି ଚଳିତ ଜିଏସଟି ବ୍ୟବସ୍ଥାରେ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରି ବେଲଗାମ ବଜାର ଦର ନିୟନ୍ତ୍ରଣ କରିବାପାଇଁ ସରକାରୀ ଚେଷ୍ଟାକୁ ହାସ୍ୟାସ୍ପଦ ବୋଲି ଅଭିହିତ କରିଥିଲେ | ସେ କହିଥିଲେ ଯେ ୨୦୧୬ ମସିହାରେ ନୋଟବନ୍ଦି ଏବଂ ୨୦୧୭ ମସିହାରେ ତ୍ରୁଟିପୂର୍ଣ ଜିଏସଟି ବ୍ୟବସ୍ଥା ମୋଦି ସରକାର ଦେଶରେ ଲାଗୁ କରିବାପରେ ଦେଶର ଅର୍ଥବ୍ୟବସ୍ଥା ଧୂଳିସାତ ହୋଇଛି। ଦେଶରେ ୬୩ ଲକ୍ଷ ଛୋଟ ଏବଂ ମଧ୍ୟମ ଧରଣର ଉଦ୍ୟୋଗ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଗଲା।

ଦେଶର ୧% ଲୋକଙ୍କ ପାଖରେ ୪୦% ସମ୍ପରି ଥିଲାବେଳେ ୨୧ ଜଣ ଧନୀଙ୍କ ପାଖରେ ୮୦ କୋଟି ଲୋକଙ୍କ ସମ୍ପରି ଠାରୁ ଅଧିକ ଧନ ଠୁକ ହୋଇଅଛି । ଯେତେବେଳେ କି ୫୦% ଗରିବଙ୍କ ପାଖରେ ମାତ୍ର ୩% ସମ୍ପତ୍ତି ରହିଛି । ଦେଶର ୫% ଲୋକ ୬୨% ସମ୍ପତ୍ତିର ମାଲିକ ହୋଇଥିବାବେଳେ ଏଠି କ୍ଷ୍ୟୁଧାର୍ତ୍ତଙ୍କ ସଂଖ୍ୟା ୩୫ କୋଟି । ୨୦୧୪ ମସିହାରେ କଂଗ୍ରେସ ସରକାର ଛାଡ଼ିବା ସମୟରେ ଦେଶରେ ୫କେଜି ମାଗଣା ଚାଉଳର ହିତାଧିକାରୀଙ୍କ ସଂଖ୍ୟା ୧୭ କୋଟି ଥିବା ବେଳେ ଆଳିର ଦିନରେ ତାହା ବଢ଼ି ୮୨ କୋଟିରେ ପହଞ୍ଚିଲାଣି। ଅର୍ଥାତ ବର୍ଷକୁ ୬.୫ କୋଟି ଲୋକ ବିଗତ ୧୦ ବର୍ଷ ଭିତରେ ଗରିବ ହୋଇଛନ୍ତି ।

ଦେଶରେ ୫୫ ପ୍ରତିଶତ ଚାଷୀ ଲୋନ ବୋଝ ଭିତରେ ରହିଛନ୍ତି । ଚାଷୀଙ୍କ ଉପରେ ୨୦୨୧ ରେ ୭୪, ୧୨୧ ଟଙ୍କା ଋଣବୋଝ ଥିବାବେଳେ ୨୦୨୪ ରେ ତାହା ବୃଦ୍ଧିପାଇ ୯୧,୨୩୧ ଟଙ୍କା ହୋଇଛି। ଓଡ଼ିଶାରେ ସବୁ ଚାଷୀଙ୍କ ମଧ୍ୟରୁ ୭୫% ଚାଷୀ ଋଣ ନେଇଛନ୍ତି ଏବଂ ୬୦ ହଜାରରୁ ୯୧ ହଜାର ଟଙ୍କାର ଋଣ ବୋଝ ମୁଣ୍ଡାଇଛନ୍ତି । ଦେଶର ଋଣ ଭାର ୫୪ ଲକ୍ଷ କୋଟିରୁ ବଢ଼ି ୨୦୦ ଲକ୍ଷ କୋଟିରେ ପହଞ୍ଚିଲାଣି। ଦେଶରେ ବର୍ତ୍ତମାନ ବେକାରୀ ଓ ବେରୋଜଗାରଙ୍କ ସଂଖ୍ୟା ୧୫ ରୁ ୧୯ ବର୍ଷ ଭିତରେ ୪୮% ହୋଇଥିବା ବେଳେ ୨୦ ରୁ ୨୪ ବର୍ଷ ଭିତରେ ୪୬% ଅଛି । ସରକାରୀ ସ୍ତରରେ କୌଣସି ନୂଆ ଚାକିରୀ ସୃଷ୍ଟି ହେଉନାହିଁ କେବଳ ଖାଲିଥିବା ପଦବୀ ପୂରଣ କରାଯାଉଛି। ଦେଶର ଜିଡିପି ଗ୍ରୋଥ ୧୯୮୦ ରେ ୫%, ୧୯୯୦ ରେ ୬%, ୨୦୦୪-୨୦୧୪ରେ ୮% ଥିବାବେଳେ ବର୍ତ୍ତମାନ ମାତ୍ର ୫.୮% ରହିଛି। ଏ ସମସ୍ତ ଉପରବର୍ଣିତ ଅର୍ଥନୀତିର ଦୂରବସ୍ଥା ପାଇଁ ମୋଦି ସରକାରଙ୍କ ବିଫଳ ନୋଟବନ୍ଦୀ ଏବଂ ତୃଟିପୂର୍ଣ ଜିଏସଟିର ସବୁଠାରୁ ଅଧିକ ଅବଦାନ ରହିଛି।

ଜିଏସଟିର ଟ୍ୟାକ୍ସ ସ୍ଲାବ ବଜାର ଦର ନିୟନ୍ତ୍ରଣ କରେନାହିଁ ପରନ୍ତୁ କୌଣସି ସାମଗ୍ରୀର ମୂଳ ମୂଲ୍ୟ ଉପରେ ଜିଏସଟି ଆଦାୟ କରାଯାଏ । ବିଗତ ୭-୮ ବର୍ଷ ଭିତରେ ସାମଗ୍ରୀର ମୂଳ ମୂଲ୍ୟରେ ଅହେତୁକ ବୃଦ୍ଧି ହେତୁ ଜିଏସଟି ଆଦାୟ ଅଧିକା ହେଉଥୁଲା ସତ ଜିନ୍ତୁ ଏହା ମଧ୍ୟବିତ, ନିମ୍ନମଧ୍ୟବିତ ଓ ଗରିବ ଗୁରୁବା ଲୋକଙ୍କ ଜୀବନ ଦୁର୍ବିସହ କରିଥିଲା । ମୋଦି ସରକାର ବିଗତ ୮ ବର୍ଷଧରି ଜିଏସଟିର ହରିଲୁଟ ଉତ୍ସବ ପାଳନ କଲାପରେ ଏବେ ବଚତ୍ ଉତ୍ସବ କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ବିଗତ ୮ ବର୍ଷ ଭିତରେ କେବଳ କେନ୍ଦ୍ର ସରକାର ନେଟ କିଏସଟି ବାବଦରେ ୫୫ଲକ୍ଷ ୪୪ ହଜାର ୮୯୭ କୋଟି ଟଙ୍କା ଆଦାୟ କଲାପରେ ଏବେ ସାଧାରଣ ଜନତାଙ୍କୁ ଅଳ୍ପକିଛି ରିହାତି ଦେବାକଥା ଚିନ୍ତା କରିଛନ୍ତି । କିନ୍ତୁ ସାଧାରଣ ଜନତା ଜିଏସଟିକୁ ନେଇ ସେତିକିବେଳେ ଉପକୃତ ହେବେ ଯେତେବେଳେ ଆଳିର ଦିନରେ କୌଣସି ସାମଗ୍ରୀର ପୂର୍ବଦର ଯଦି ଆଗାମୀ କିଛିବର୍ଷ ପାଇଁ ସମାନ ରହିବ। ତେଣୁ ଏ ସନ୍ଦର୍ଭରେ ମୋଦି ସରକାରଙ୍କୁ ଆହ୍ବାନ ଦେଉଛୁ କି ସେ ଦେଶବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଅନ୍ତୁ ଯେ ଅନ୍ତତଃ ଆଗାମୀ ତିନିବର୍ଷ ପାଇଁ କୌଣସି କମ୍ପାନୀଦ୍ୱାରା ସାମଗ୍ରୀ ଗୁଡ଼ିକର ବେସ ପ୍ରାଇସ ବା ମୂଳମୂଲ୍ୟରେ ବୃଦ୍ଧି ଘଟିବ ନାହିଁ ଯାହାଫଳରେ ଖାଉଟି କିଛି ମାତ୍ରାରେ ଲାଭବାନ ହେବେ ।

ଯଦି ବିଗତ ୧୦ ବର୍ଷ ଧରି ଯେଉଁଭଳି ଢ଼ଙ୍ଗରେ ସାମଗ୍ରୀ ଗୁଡ଼ିକର ମୂଳମୂଲ୍ୟରେ ଅହେତୁକ ବୃଦ୍ଧି ହୋଇଛି ଠିକ ସେହିଭଳି ଆଗକୁ ହେବ ତାହାହେଲେ ଖାଉଟିଙ୍କ ହାତରେ କିଛି ସଂଚୟ ହେବନାହିଁ । ବିଗତ ୭ବର୍ଷ ଧରି କଂଗ୍ରେସ ଦଳ ତରଫରୁ ବାରମ୍ବାର କିଏସଟି ଦରରେ ପରିବର୍ତ୍ତନ କରିବାପାଇଁ ଦାବି କରାଯାଇଥିବା ସଙ୍ଗେ ମୋଦି ସରକାର ସେଥୁପ୍ରତି କର୍ଣପାତ କରୁନଥିଲେ । କେବଳ ଗୁଜରାଟ, ତ୍ରିପୁରା, ବର୍ଣାଟକ ଭଳି କିଛି ରାଜ୍ୟ ନିର୍ବାଚନ ସମୟରେ ନିର୍ବାଚନକୁ ଆଖୁ ଆଗରେ ରଖି କିଛି କିଛି ପରିବର୍ତ୍ତନ କରୁଥିଲେ । ଔଷଧ, କୃଷି ଉପକରଣ ଏବଂ କୃଷି ଯନ୍ତ୍ରପାତି, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡ଼ିକର ଟ୍ୟାକ୍ସରେଟ ଜିଏସଟି ପୂର୍ବରୁ ଶୂନ କିମ୍ବା ୫% ଭିତରେ ଥିଲା ତାକୁ ୧୨%, ୧୮% ଏବଂ ୨୮% ଟାକ୍ସ ଭିତରେ ରଖୁ ସରକାର ଏ ଦେଶର ୮୦ ଭାଗ ଲୋକଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିଛନ୍ତି । ଆଜିର ଦିନରେ ଧନୀ ଏବଂ ଅତି ଧନୀଙ୍କର ଦେଶରେ ଜିଏସଟି ଆଦାୟ ପ୍ରତି ଅବଦାନ ୩% ଥିବା ବେଳେ ମଧ୍ୟବିତ ଓ ଗରିବ ଲୋକଙ୍କର ଅବଦାନ ୬୪% ରହିଛି । ପେଟ୍ରୋଲ ଏବଂ ଜିଜେଲର ଦର କମ ନକରିବା ଫଳରେ ତାହା ପରିବହନ କ୍ଷେତ୍ରକୁ ପ୍ରଭାବିତ କରୁଛି ଏବଂ ଦରବୃଦ୍ଧିର ଅନ୍ୟତମ କାରଣ ଅଟେ । ଅନେକ ସମୟରେ କମ୍ପାନୀମାନଙ୍କ ଏମଆରପିର ଖେଳକୁ ସାଧାରଣ ଖାଉଟି ବୁଝିପାରନ୍ତି ନାହିଁ ଏବଂ ଦରଦାମ ଲଗାତର ବଢ଼ିଚାଲିଥାଏ।

ଜିଏସଟି କ୍ଲବର ପରିବର୍ତନ ଫଳରେ ସଂଗଠିତ କ୍ଷେତ୍ର କିଛି ଲାଭବାନ ହେଉଥିବା ବେଳେ ୯୪% ଅସଂଗଠିତ କ୍ଷେତ୍ରରେ ଲାଭ ବଦଳରେ କ୍ଷତି ହିଁ ହେବ। ୨୦୨୨ ମସିହାରେ ଏହି ମୋଦି ସରକାର ୧୩୧ଟି ସାମଗ୍ରୀକୁ ୨୮% ଟାକ୍ସସ୍ଲାବକୁ ନେଇଥିଲେ । ଯାହାଫଳରେ ଦରଦାମ ଅହେତୁକ ବୃଦ୍ଧି ହୋଇଥିଲା । ବିଗତ ୫ ବର୍ଷରେ ଜିଏସଟି ଠକେଇର ପରିମାଣ ୭ ଲକ୍ଷ କୋଟିରୁ ଅଧୂକ । ମୋଦି ସରକାର ନୋଟିଫିକେସନ ନଂ ୧୯/୨୦୨୪ ତାରିଖ ୩୦ ସେପ୍ଟେମ୍ବର, ୨୦୨୪ ଦ୍ବାରା ନିଷ୍ପରି ନେଲେକି ମୁନାଫାଖୋର କମ୍ପାନୀ କିମ୍ବା ବ୍ୟବସାୟୀ ଯଦି ଟାକ୍ସସ୍ଲାବରେ ପରିବର୍ତ୍ତନ ଯୋଗୁଁ ହେଉଥିବା ଲାଭକୁ ଗ୍ରାହକଙ୍କୁ ନ ଦିଅନ୍ତି ତାହାଲେ ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏଭଳି ନିଷ୍ପତ୍ତି ଦେଶର ଅଗଣିତ ଖାଉଟିଙ୍କ ପ୍ରତି ଧୋକା ଏବଂ ଚରମ ଉପହାସ । ଏବେ ମଧ୍ୟ ଅନେକ କମ୍ପାନୀ ଦାମ ବୃଦ୍ଧି ନକରି ଜିନିଷର ଓଜନ କମ କରିବା ଫଳରେ ସାଧାରଣ ଜନତାଙ୍କର କଷ୍ଟ ଅର୍ଜିତ ଧନ ଲୁଟ ହେଉଛି ।

ସରକାର ଯଦି ସତରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାପାଇଁ ଚାହୁଁଛନ୍ତି ତାହାହେଲେ କମ୍ପାନୀମାନେ ଉତ୍ପାଦନ ପାଇଁ ବ୍ୟବହାର କରୁଥିବା କଞ୍ଚାମାଲ, ପରିବହନଖର୍ଚ୍ଚ, ମେସିନ ଏବଂ ତାହାର ରକ୍ଷଣାବେକ୍ଷଣ, ଇଲେକ୍ଟ୍ରିସିଟି, ପ୍ୟାକେଜିଂ ଆଦି ଜିନିଷର ଦାମକୁ ନିୟନ୍ତ୍ରଣ ଭିତରେ ରଖୁବାକୁ ଚେଷ୍ଟାକରନ୍ତୁ। ନହେଲେ କେବଳ ଜିଏସଟି ଟ୍ୟୁବରେ ପରିବର୍ତ୍ତନ ଦେଶର ଜନତାଙ୍କୁ ଦରବୃଦ୍ଧିରୁ ରିହାତି ଦେବ ଏ କଥା ପୁର୍ନବାର ଜୁମଲା ସାବ୍ୟସ୍ତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ପ୍ରବକ୍ତା ମନୋରଞ୍ଜନ ଦାଶ ଓ ଡ. ଦେବାଶିଷ ଭୂୟାଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking