ଭୁବନେଶ୍ୱର: ୩ ବର୍ଷର ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ଭୁଲ ମେଡିସିନରୁ ଶିଶୁର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଗତକାଲି ରାତିରେ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ତେବେ ହସ୍ପିଟାଲରେ ଡ୍ୟୁଟିରେ ଥିବା ଡାକ୍ତର ମେଡିସିନ ଦେଇଥିଲେ । ଏହା ପରେ ଶିଶୁର ମୃତ୍ୟୁ ହୋଇଛି ।ଏନେଇ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଭୀର ଶୋକ ପ୍ରକାଶ ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଲେ । ତଥାପି ଉତ୍ୟକ୍ତ ଲୋକମାନେ ଶାନ୍ତ ପଡିନଥିଲେ । ଏହି ପରିସ୍ଥିତିକୁ ନେଇ ହାତାହାତି ପରିସ୍ଥିତି ଉପୁଜିଛି ।ଏୟାରପୋର୍ଟକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଆନ୍ଦୋଳନକାରୀ ।










