ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି । ମାତ୍ର ୭ ମିନିଟ ଚାଲିଥିଲା ଗୃହ କାର୍ଯ୍ୟ। କଂଗ୍ରେସ ଓ ବିଜେଡି ସଭ୍ୟ ପୋଡିୟମ ତଳକୁ ଆସି ନାରାବାଜି କରିଥିଲେ । ଏହାପରେ ବାଚସ୍ପତି ସୁରମା ପାଢୀ ଗୃହର ସଦସ୍ୟମାନଙ୍କୁ ଶୃଙ୍ଖଳିତ ଆଚରଣ କରିବାକୁ ଅନୁରୋଧ କରିଥିଲେ ହେଲେ ବିରୋଧୀ ସଦସ୍ୟମାନେ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲେ ।ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ବିଜେପି – ବିଜେଡି ଭାଇଭାଇ କହି କଂଗ୍ରେସ ଗୃହରେ ପ୍ରତିବାଦ କରିଛି । ପୋଷ୍ଟର ଦେଖାଇ କଂଗ୍ରେସ ବିଧାୟକ ପ୍ରତିବାଦ କରିଛନ୍ତି । ସାର ସଙ୍କଟ ପ୍ରସଙ୍ଗ, ପଞ୍ଚାୟତ ପ୍ରତିନିଧି ପ୍ରସଙ୍ଗରେ ବିଜେଡି ବିଧାୟକମାନେ ନାରାବାଜି କରିବା ସହ ପ୍ଲା କାର୍ଡ ଧରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ବିଶୃଙ୍ଖଳା ଯୋଗୁଁ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ।










