27.1 C
Bhubaneswar
Saturday, December 6, 2025
Homeଓଡିଶାଆଜିଠୁ ନବରାତ୍ରୀ: ଶୈଳପୁତ୍ରୀ ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା'ଦୁର୍ଗା

ଆଜିଠୁ ନବରାତ୍ରୀ: ଶୈଳପୁତ୍ରୀ ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ଦୁର୍ଗା

ଭୁବନେଶ୍ୱର: ଆଜିଠୁ ମା’ ଦୁର୍ଗାଙ୍କ  ନବରାତ୍ରି ପୂଜା ।  ନବରାତ୍ରିର ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ  ମା ।  ଏହି ଅବସରରେ  ରାଜ୍ୟର ବିଭିନ୍ନ ଶକ୍ତିପୀଠମାନଙ୍କରେ  ସକାଳୁ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ  ଆଜିଠାରୁ ନବଦିନାତ୍ମକ   ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି ।  ଅପରାହ୍ନରେ  ରଥ ପ୍ରତିଷ୍ଠାତା ହେବା ପରେ   ମାଙ୍କ ଚଳନ୍ତି ପ୍ରତିମା  ରଥ ଉପରକୁ  ବିଜେ କରି  ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।  ମାଙ୍କ ଷୋଡଶ ଉପଚାର ଜାରି ରହିଥିବା ବେଳେ  ନବରାତ୍ରି ଅବସରରେମାଙ୍କ ଗର୍ଭ ଗୃହକୁ ଯାଇ ଶ୍ରଦ୍ଧାଳୁ  ପାଦ ଏବଂ ମୁଖ ଦର୍ଶନ କରିବାର ସୁଯୋଗ ପାଇବେ ।  କେବଳ ମା’ ବିରଜା ନୁହେଁ  ରାଜ୍ୟର ଅନ୍ୟ ଶକ୍ତିପୀଠ ଗୁଡିକରେ ମଧ୍ୟ  ମାଙ୍କୁ ଭିନ୍ନ  ଭିନ୍ନ ରୂପରେ  ପୂଜାର୍ଚ୍ଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking