27.1 C
Bhubaneswar
Saturday, December 6, 2025
Homeଓଡିଶାକାନ୍ଥ ପଡି ଦମ୍ପତି ମୃତ: ଝିଅ ଗୁରୁତର

କାନ୍ଥ ପଡି ଦମ୍ପତି ମୃତ: ଝିଅ ଗୁରୁତର

ବାଲେଶ୍ୱର: କାନ୍ଥ ପଡି ଦମ୍ପତି ମୃତ, ଝିଅ ଗୁରୁତର ।  ବାଲେଶ୍ୱର ବସ୍ତା ଥାନା ମହାଦେବ ସରାଇ ଗାଁରେ ଘରକାନ୍ଥ ପଡି ସ୍ୱାମୀ, ସ୍ତ୍ରୀଙ୍କର  ମୃତ୍ୟୁ ହୋଇଥିବା ବେଳେ  ୧୨ ବର୍ଷର ଝିଅ ଗୁରୁତର  ହୋଇଛି ।  ଗୁରୁତର ଅବସ୍ଥାରେ  ଝିଅକୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମହାଦେବ ସରାଇ ଗାଁର ପିଥ ମୁର୍ମୁଙ୍କ ପରିବାର  ଗତକାଲି  ରାତିରେ ଶୋଇଥିବାବ ବେଳେ   ବିଳମ୍ବିତ ରାତିରେ  ଶୋଇଥିବା ବେଳେ  ପିଥ ମୁର୍ମୁ ଓ ତାଙ୍କ ପତ୍ନୀ  ଓ ୧୨ ବର୍ଷର ଝିଅ । ମହାଦେବସରାଇ ଗାଁର ପିଥ ମୃର୍ମୁଙ୍କ ପରିବାର ଗତକାଲି ରାତିରେ ଶୋଇଥିଲା ବେଳେ ବିଳମ୍ବିତ ରାତିରେ ହଠାତ ଘର କାନ୍ଥ ପଡ଼ିଯାଇଥିଲା । କାନ୍ଥ ତଳେ ଚାପି ହୋଇଯାଇଥିଲେ ପିଥ ମୁର୍ମୁ ଓ ତାଙ୍କ ପତ୍ନୀ ଓ ୧୨ବର୍ଷର ଝିଅ । ସକାଳୁ ଗାଁଲୋକେ ଖବର ପାଇ ସେମାନଙ୍କୁ ମାଟି ତଳୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପିଥ ମୁର୍ମୁ ଓ ପତ୍ନୀ ମିନତୀ ମୁର୍ମୁକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଝିଅ  ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking