26.1 C
Bhubaneswar
Wednesday, February 4, 2026
Homeଓଡିଶାବିଜୟ ପଟ୍ଟନାୟକଙ୍କ ୫ମ ବାର୍ଷିକ

ବିଜୟ ପଟ୍ଟନାୟକଙ୍କ ୫ମ ବାର୍ଷିକ

ଭୁବନେଶ୍ୱର: ବିଜୟ କୁମାର ପଟ୍ଟନାୟକ  ମେମୋରିଆଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟପକ୍ଷରୁ ଆଜି ହୋଟେଲ ଲେମନ ଟ୍ରିରେ ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ସ୍ୱର୍ଗତ  ବିଜୟ କୁମାର ପଟ୍ଟନାୟକଙ୍କ  ୫ମ ବାର୍ଷିକ ପୁଣ୍ୟତିଥି ଉପଲକ୍ଷେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।  ପ୍ରାରମ୍ଭରେ ଆଶିଷ ମହାନ୍ତି ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲୋ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା  ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ‘ପିକକ’ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି  କହିଲି ଯେ  ବିଜୟ ବାବୁ ଜଣେ  ଦରଦି ଓ ଭଲ ମଣିଷ ଭାବେ ସବୁବେଳେ ଗଣ ହେଉଥିବେ। ଅନ୍ୟତମ ଅତିଥି ନିର୍ଭୟର ସମ୍ପାଦକ ନବୀନ ଦାସ ନିଜ ଅନୁଭୂତି ବର୍ଣ୍ଣନା କରି କହିଲେ, ବିଜୟ ବାବୁ ତାଙ୍କ ଦୁଃଖସୁଖର ସାଥୀ ଥିଲେ । ତାଙ୍କ ଆତ୍ମା ଯେଉଁଠି ବି ଥାଉନା କାହିଁକି, ସେ ସଦାସର୍ବଦା ଅମର ହୋଇ ରହିବେ। ଚିନ୍ମୟ ମିସନ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଭଲ ମଣିଷର ସଂଜ୍ଞା  ଦେଇ କହି କହିଲେ ଯେ ବିଜୟ ବାବୁଙ୍କ ଭଳି  ପରୋପକାରୀ ବ୍ୟକ୍ତିଙ୍କ ପୁଣ୍ୟତିଥି ଏକ ପୁଣ୍ୟ ଦିବସ ।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଲେ, ବିଜୟ ବାବୁ ସଫଳ ବ୍ୟକ୍ତିଙ୍କ ମେରୁଦଣ୍ଡ ଥିଲେ । ସେଭଳି ବ୍ୟକ୍ତିତ୍ୱ ଆଉ ମିଳିବ ନାହିଁ । ଶେଷରେ ସଭାପତି ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ସମ୍ବାଦର ସଫଳତା ପଛରେ ବିଜୟ ପଟ୍ଟନାୟକଙ୍କ ଅନେକ ସହେଯାଗ ଓ କଠିନ ପରିଶ୍ରମ ଅଛି। ଅଫେରା ରାଇଜକୁ ସେ ଚାଲିଯାଇଛନ୍ତି ସତ, କିନ୍ତୁ ତାଙ୍କ  ଅବଦାନ ସବୁବେଳେ ସ୍ମରଣୀୟ । ଜଣେ ଭଲ ସହେଯାଗୀ ଭାବେ  ସେ ଆମ  ‘ସମ୍ବାଦ’ ପରିବାର ସହ ରହି ଦୁଃଖସୁଖ  ବୁଝିଥିବାରୁ  ଆଜି ଆମେ ସଫଳ ହୋଇପାରିଛୁ । ଏହି ଅବସରରେ ବିଜୟ କୁମାର ପଟ୍ଟନାୟକଙ୍କ ସ୍ମୃତିରେ  ‘ମୋ ବାପା’ ଓ ବାପା ନାମକ   ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା ।  ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା  ହାସଲ କରିଥିବା ବ୍ୟକ୍ତିତ୍ୱଙ୍କୁ ଟ୍ରଷ୍ଟ ପକ୍ଷରୁ  ସମ୍ମାନିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ରାଉତ, ବିତରକ କମଳାକାନ୍ତ ଖାମୁରାଇ, ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା  ଚନ୍ଦନ କୁମାର ମହନ୍ତ, ଶିଶୁ ଶ୍ରମିକରୁ ମୁକ୍ତ ହୋଇ ଶିକ୍ଷାକୁ ଆଦର୍ଶ ରୂପେ ଗ୍ରହଣ କରିଥିବା ସୁନେଲି ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଟ୍ରଷ୍ଟି ଆଇନଜୀବି ସୁଶାନ୍ତ କୁମାର ଦାସ ଧନାବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking