27.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶବଜ୍ରପାତରେ ୩ ମୃତ

ବଜ୍ରପାତରେ ୩ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣାବଜ୍ରପାତ ଘଟି ତିନି ଜଣଙ୍କ ମୃତ୍ୟୁ ଘଟିଛିସୂଚନା ଅନୁସାରେ, ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ବଜ୍ରପାତ ହେବାରୁ ଦୁଇ ଛାତ୍ରଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଛାତ୍ରୀ ଆହତ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଆହତ ଛାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପୋଲିସ ଦେଇଥିବା ସୂଚନା ଅନୂଯାୟୀ, ଚୋପାନ ଥାନା ଅଞ୍ଚଳର ନୌତୋଲିଆ ଗାଁର ଏକ ପବ୍ଲିକ୍ ସ୍କୁଲରେ ପିଲାମାନେ ଶ୍ରେଣୀଗୃହରେ ପାଠ ପଢୁଥିଲେ, ସେହି ସମୟରେ ଏକ ଜୋରରେ ବଜ୍ରପାତ ଘଟି ୧୩ ବର୍ଷୀୟ ଦୀପକ ଏବଂ ୮ ବର୍ଷୀୟ ଅରବିନ୍ଦଙ୍କ ମୃତ୍ୟୁ ଘଟିଥିବା ବେଳେ ରେଖା ଗୁପ୍ତା (୧୪) ଗୁରୁତର ଆହତ ହୋଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍କୁଲ ନିକଟରେ ବଜ୍ରପାତ ହେବା ପରେ ସର୍ବଜିତ (୬୦)ଙ୍କ ମଧ୍ୟ ମୃତ୍ୟୁ ଘଟିଛି

ଏସଡିଏମ୍ ବିବେକ କୁମାର ସିଂହ କହିଛନ୍ତି ଯେ ମୃତକ ଏବଂ ଆହତମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ। ସ୍କୁଲର କାର୍ଯ୍ୟକ୍ଷମ ମାନ ପାଳନ କରାଯାଉଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଶିକ୍ଷା ଅଧିକାରୀ ସମ୍ପୃକ୍ତ ସ୍କୁଲର ତଦନ୍ତ କରିବେ। ଚୋପାନର କମ୍ୟୁନିଟି ହେଲ୍ଥ ସେଣ୍ଟରର ଡାକ୍ତର କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିବା ସମୟରେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟ ଜଣେ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking