ଭୁବନେଶ୍ୱର: ବିଜେଡି ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ କଲେ ମନ୍ମଥ ରାଉତରାୟ । ବିଜେଡି ବିରୋଧରେ ଷଡଯନ୍ତ୍ର ହେଉଛି, ଶ୍ରୀମୟୀଙ୍କୁ ମୋହରା କରାଯାଉଛି । ଶ୍ରୀମୟୀଙ୍କ ପଛରେ କିଛି ଦୋମୁହାଁ ସାପ ଅଛନ୍ତି । କିଛି ଗଣମାଧ୍ୟମକୁ ଧରି ବିଜେଡି ଭାଙ୍ଗିବାକୁ ଚକ୍ରବ୍ୟୁହ ରଚାଯାଇଛି । ନବୀନ ମେଡିକାଲରେ ଥିବାବେଳେ ସ୍ପାଏ କ୍ୟାମେରା ନେଇ କିଛି ଲୋକ ପଶିଥିଲେ । ନବୀନଙ୍କ ସ୍ୱାସ୍ଥ୍ୟ କେମିତି ଭଲ ନହେଉ କିଛି ଲୋକ ଚାହୁଁଥିଲେ । ଦୋମୁହାଁଙ୍କୁ ଚିହ୍ନଟ ପାଇଁ ୩ ଥର ବୈଠକ ବସିଛି, ଠିକ ସମୟରେ ଆକ୍ସନ ହେବ । ଦେବାଶିଷ ଜଣେ ବୁଦ୍ଧିଜୀବି, ଯଦି କ୍ଷୋଭ ଅଛି ସଭାପତିଙ୍କ ସହ ଆଲୋଚନା କରନ୍ତୁ । କର୍ପୋରେଟର ଅଜିତିଙ୍କ ମନ୍ତବ୍ୟଙ୍କ ଅପରିପକ୍ୱ ।










