23.1 C
Bhubaneswar
Monday, February 9, 2026
Homeଓଡିଶାଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୂବନେଶ୍ବର: ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନିର୍ଦ୍ଦେଶ କ୍ରମେ ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କ ପକ୍ଷରୁ ମୃତl ଶୁଭମିତ୍ରା ସାହୁଙ୍କ ଆତ୍ମାର ସଦଗତି କାମନା ସହ ନ୍ୟାୟ ଦାବି କରି ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।ଏହି ମହମବତୀ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚିଥିଲା। ସେଠାରେ ଅମର ଆତ୍ମା ଉଦ୍ଦେଶ୍ୟରେ ମହିଳା କଂଗ୍ରେସ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହାର ପ୍ରତିକାର ପାଇଁ ସରକାର ପାଖରେ ଦାବି କରାଯାଇଥିଲା l ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ ଦୋଷୀକୁ ପାସୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରାୟାଇଥିଲା। ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପାତ୍ର,ସିଲି ସେଠୀ,ବିଶ୍ବକଲ୍ୟାଣୀ କର,ଅମିତା ବିଶ୍ବାଳ,ସୁନୀତା ବିଶ୍ବାଳ,ମଧୁମିତା ସେଠୀ,ଶ୍ରୀୟାସ୍ମୀତା ପଣ୍ଡା,ଊର୍ବଶୀ ମିତ୍ର,ରଂଜିତା ହେମ୍ବ୍ରମ ,ଅନୀମା ମୀଞ୍ଜ ,ଚୈତାଳୀ ପଟ୍ଟନାୟକ,ଗୀତା ମହାନ୍ତି,ମାଳତୀ ନାୟକ ପ୍ରମୁଖ ଯୋଗଦାନ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking