27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଚମୋଲିରେ ବାଦଲଫଟା ବର୍ଷା: ୧୦ ନିଖୋଜ

ଚମୋଲିରେ ବାଦଲଫଟା ବର୍ଷା: ୧୦ ନିଖୋଜ

 

ନୂଆଦିଲ୍ଲୀ: ପୁଣି ଥରେ ଉତ୍ତରାଖଣ୍ଡ ଚମୋଲିରେ ବାଦଲଫଟା ବର୍ଷା । ଗୁରୁବାର ସକାଳେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇଛି , ୧୦ ନିଖୋଜ ଅଛନ୍ତି । ହଠାତ ପାଣି ମାଡିଆସିବାରୁ ମାଟିରେ ୩ଟି ଗାଁ ମିଶିଯାଇଛି । ଦୁଇଟି ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଜିଲ୍ଲା ବିପର୍ଯ୍ୟସ୍ତ ପରିଚାଳନା କେନ୍ଦ୍ରର କହିବା ଅନୁଯାୟୀ, ବାଦଲ ଫଟା ବର୍ଷାରେ ବଡ ବଡ କୋଠା ସବୁ ଧ୍ୱଂସ ହୋଇଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ ଟିମ ମୁତୟନ କରାଯାଇଛି । ରିଲିଫ ଏବଂ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର ବାହିନୀ ଟିମ ଚେଷ୍ଟା ଜାରି ରଖିଛନ୍ତି । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ମେଡିକାଲକୁ ନିଆଯାଉଛି । ଏହି ସମୟରେ ପାଣିପାଗ ବିଭାଗ ଆଜି ଉତ୍ତରାଖଣ୍ଡରେ ୨୦ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଯେ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି । ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking