19.1 C
Bhubaneswar
Saturday, February 7, 2026
Homeଓଡିଶାସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାର ଭିତରକୁ ଯିବ ଅଳଙ୍କାର ଭର୍ତ୍ତି ସିନ୍ଧୁକ : ଆଇନ ମନ୍ତ୍ରୀ

ସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାର ଭିତରକୁ ଯିବ ଅଳଙ୍କାର ଭର୍ତ୍ତି ସିନ୍ଧୁକ : ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା ନେଇ ଦୁଇଟି ବଡ଼ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତିଯେ ଧାଡି ଦର୍ଶନ ନେଇ ଯେଉଁ ସମସ୍ୟା ଥିଲା ତାହା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ଦୂର ହୋଇଛି। ଶ୍ରୀମନ୍ଦିର ଭିତରେ ଥିବା ହୁଣ୍ଡି ଯୋଗୁଁ ଧାଡ଼ିଦର୍ଶନ ସମ୍ଭବ ହୋଇପାରୁନଥିଲା। ତେଣୁ ହୁଣ୍ଡି ସ୍ଥାନାନ୍ତରଣ ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲାପାଳ ନିଯୋଗମାନଙ୍କ ସହ ଆଲୋଚନା ପରେ ହୁଣ୍ଡି କେଉଁଠିକୁ ସ୍ଥାନାନ୍ତର ହେବ ସେଥିନେଇ ନିଷ୍ପତ୍ତି ନେବେ। ଏହା ପରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ଏଥି ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ଚଳିତ ସେପ୍ଟେମ୍ବର ୨୩ ତାରିଖରେ ଅଳଙ୍କାର ଭର୍ତ୍ତି ସିନ୍ଧୁକକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ। ଶ୍ରୀମନ୍ଦିର ପ୍ରଶାସନ ଓ ଉଚ୍ଚସ୍ତରୀୟ କମିଟିର ଉପସ୍ଥିତିରେ ସିନ୍ଧୁକ ଗୁଡିକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ ବୋଲି ଆଜି ରତ୍ନଭଣ୍ଡାର ସବକମିଟିର ଆଲୋଚନା କ୍ରମେ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking