31.1 C
Bhubaneswar
Friday, February 6, 2026
Homeଓଡିଶା‘ଏକ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର...

‘ଏକ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଂଶଗ୍ରହଣ

ଭୁବନେଶ୍ବର: ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆରମ୍ଭ ହୋଇଥିବା ‘ଏକ ପେଡ୍ ମା କେ ନାମ ୨.୦’ ଅଭିଯାନରେ ସାମିଲ ଆଜି ଓଡିଶା ଏକ ରେକର୍ଡ ସୃଷ୍ଟି କରିଛି । ରାଜ୍ଯବାସୀଙ୍କ ସହଯୋଗରେ ଏହି ଅଭିଯାନରେ ରାଜ୍ଯବ୍ଯାପୀ ସବୁ ଶ୍ରେଣୀର ଲୋକ ସାମିଲ ହୋଇଛନ୍ତି । ଅନୁରୂପ ଭାବେ ମାନ୍ୟବର ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଏହି ଜାତୀୟ ଅଭିଯାନରେ ଓଡ଼ିଶାର ଅବଦାନ ସମଗ୍ର ଦେଶରେ ଅନନ୍ୟ ରହିଛି । ଏହି ମର୍ମରେ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଗୁରବୀର ସିଂ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ଯୁଗ୍ମ ଶାସନ ସଚିବ ସେକ କଲାମ ଉଦ୍ଧିନ, ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶ୍ରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଯୋଗଦେଇ ପରିସରର ସମ୍ମୁଖ ପାର୍ଶ୍ୱରେ ବିଭିନ୍ନ ଚାରା ରୋପଣ କରିଛନ୍ତି । ଏହି ଅବସରରେ ବିଭାଗୀୟ ଅଧିକାରୀ, ଲୋକ ସମ୍ପର୍କ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking