ବ୍ରହ୍ମପୁର: କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ଯାତାୟତ ବିଚ୍ଛିନ୍ନ ହୋଇଯାଇଛି । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ରାସ୍ତା ଉପରେ ପଡି ରହିଛି ବଡ ବଡ ପଥର ଓ ମାଟି ଅତଡା । ପ୍ରାୟ ୨୦ ଘଣ୍ଟା ହେବ ରାସ୍ତା ସଫା ନହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଓଡ଼ିଶାର କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟରେ ପ୍ରବଳ ବର୍ଷା ହେବା ଫଳରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା। ସୌଭାଗ୍ୟବଶତଃ, କୌଣସି ମୃତାହତର ଖବର ମିଳିନାହିଁ।










