19.1 C
Bhubaneswar
Monday, December 8, 2025
Homeଓଡିଶା୧୬୫ ଦିନରେ ୮୪ଟି ପ୍ରକଳ୍ପ ଗ୍ରାଉଣ୍ଡିଂ କରିସାରିଛୁ: ମୁଖ୍ୟମନ୍ତ୍ରୀ

୧୬୫ ଦିନରେ ୮୪ଟି ପ୍ରକଳ୍ପ ଗ୍ରାଉଣ୍ଡିଂ କରିସାରିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ଶିଳ୍ପ  ଇତିହାସରେ ଯୋଡିହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ରାଜ୍ୟରେ ୩ ଜିଲ୍ଲାକୁ ଛାଡିଦେଲେ ୨୭ଟି ଜିଲ୍ଲାରେ ଶିଳ୍ପ ହୋଇଛି । ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ ।  ଆମ ଶିଳ୍ପନୀତିକୁ ଗ୍ରହଣ କରି ଓଡିଶା ସମ୍ଭାବନାର ରାଜ୍ୟ ହୋଇ ପାରିଛି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆହୁରି କହିଛନ୍ତି, ଓଡିଆ ଯୁବକ ଯୁବତୀଙ୍କ ଭାଗ୍ୟ ବଦଳିବ । ଓଡିଶା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ।  ମାତ୍ର ୧୬୫ ଦିନରେ ୮୪ଟି ପ୍ରକଳ୍ପ ଗ୍ରାଉଣ୍ଡିଂ କରିସାରିଛୁ । ୧ଲକ୍ଷ ୬୪ ହଜାର ନିଯୁକ୍ତି   କରାଯାଉଛି । ଆମେ ଶିଳ୍ପ ସହିତ ଓଡିଆ ଅସ୍ମିତାକୁ ନେଇ ଚାଲିଛୁ । ଯେଉଁ ଓଡିଆ ନିବେଶକାରୀ ଅଛନ୍ତି ସେମାନେ ବି ଓଡିଶାରେ ପ୍ରକଳ୍ପ କରିବା ପାଇଁ ମନସ୍ତ କରିଛନ୍ତି । ଏହାସହିତ ମୋଟ ୭୭ ହଜାର ୮୯୪ ନିଯୁକ୍ତିରୁ ୫୬ ହଜାର ୮୫୯ ଓଡିଆ ଯୁବକ  ନିଯୁକ୍ତି ହୋଇଛନ୍ତି । ୮୦ ପ୍ରତିଶତ ଓଡିଆ ଯୁବକ ନିଯୁକ୍ତି ପାଇଛନ୍ତି । ଉତ୍କର୍ଷ ଓଡିଶାରେ ଯୋଗ ଦେଇଥିବା ନିବେଶକଙ୍କୁ ଗ୍ୟରେଣ୍ଟି ଦେଇଥିଲେ ପୂର୍ବ ସରକାରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ମେକଇନ ଓଡିଶା କଲେ , ଅନେକ କାର୍ଯ୍ୟକ୍ରମ କରାଯାଇଥିଲା । ସେଥିରେ କେବଳ ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା  ଯେହେତୁ ଖଣି ଅଧିକ ଅଛି , ତେଣୁ ଖଣିଜ ପଦାର୍ଥ ଶିଳ୍ପ ସଂସ୍ଥାକୁ ଆଣିବା କିନ୍ତୁ ତାହା ବି ଏମଓୟୁରେ ସୀମୀତ ରହିଯାଇଥିଲା । ଆମ ସରକାର ଆଜି ୧୬ଟି ସେକ୍ଟରର ବିଭିନ୍ନ ଶିଳ୍ପକୁ ଶିଳାନ୍ୟାସ କଲେ । ଆଗରୁ ଓଡିଶାରେ ବ୍ୟୁରୋକ୍ରାଟିକ୍ସ ଶାସନ ଥିଲା । ଯେଉଁ ବ୍ୟବସ୍ଥାରେ ବିକାଶରେ ପହଞ୍ଚିବା ପାଇଁ ପ୍ରତିବନ୍ଧକ ଥିଲା । କିନ୍ତୁ ଏବେ ସେ ବ୍ୟବସ୍ଥା ନାହିଁ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking