29.1 C
Bhubaneswar
Sunday, April 26, 2026
Homeଓଡିଶାସାର ପାଇଁ ପୁଣି ହଇରାଣ ଚାଷୀ

ସାର ପାଇଁ ପୁଣି ହଇରାଣ ଚାଷୀ

ଭୁବନେଶ୍ୱର: ରାଜ୍ୟରେ ସାର ସଙ୍କଟ ଦେଖାଦେଇଛି ।ଏନେଇ ଚାଷୀମାନେ ହଇରାଣ ହେଉଛନ୍ତି । ଗଞ୍ଜାମର ସାର ସଙ୍କଟ ଥମିବାର ନା ନେଉନି । ସାର ପାଇଁ ସଂଘର୍ଷ କରୁଛନ୍ତି ଚାଷୀ । ସାର ବସ୍ତାଏ ପାଇବେ ବୋଲି ରାତି ଅଧରୁ ଲମ୍ବା ଲାଇନ କରି ରହିଛନ୍ତି।  ସକାଳୁ ସକାଳୁ  ପୁଣି ଗଞ୍ଜାମ ଜିଲ୍ଲା  ଆସିକା ବ୍ଲକ ମଙ୍ଗଳପୁର ସୋସାଇଟି ସମ୍ମୁଖରେ ଚାଷୀ ଧାଡିରେ ଛିଡା ହୋଇଛନ୍ତି । ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ  ଚାଷୀ ରାସ୍ତାରେ ଛିଡା ହୋଇଛନ୍ତି । ଦୁଇ ଦିନ ତଳେ ନିଜେ ଯୋଗାଣ ମନ୍ତ୍ରୀ ଆସିକାଠାରେ ସାରକୁ ନେଇ  ଏକ ସମୀକ୍ଷା ବୈଠକ କରିଥିଲେ।ତଥାପି ସାର ସମସ୍ୟା ତୁଟୁନି । ରାଜ୍ୟରେ ସାର ସମସ୍ୟା ନଥିବା ମୁଖ୍ୟମନ୍ତ୍ରୀ  କହିଥିଲେ ବି ସାର ସମସ୍ୟାକୁ ନେଇ ଆଜି ବିଜେଡି ରାଜଭବନ ସମ୍ମୁଖରେ ପ୍ରତିବାଦ କରିଛି। ସାର ସମସ୍ୟା ନେଇ ବିଜେଡିର ବିକ୍ଷୋଭ ବେଳେ  ସାମ୍ନାସାମ୍ନି ହୋଇଛନ୍ତି ।ପ୍ରତିବାଦ ପରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ ସମସ୍ୟାର ସମାଧାନ ନହେଲେ ଆଗକୁ ଜିଲ୍ଲାପାଳ ଅଫିସ ଏବଂ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking