21.1 C
Bhubaneswar
Monday, December 8, 2025
Homeଓଡିଶା୧୯ରୁ ହବିଷିଆଳି ପଞ୍ଜୀକରଣ

୧୯ରୁ ହବିଷିଆଳି ପଞ୍ଜୀକରଣ

ପୁରୀ: ଚଳିତ ବର୍ଷ ହବିଷିଆଳୀ ଯୋଜନାରେ ପୁରୀରେ ରହି ହବିଷ ବ୍ରତ ପାଇଁ ବ୍ରତଧାରୀମାନଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପ୍ରକ୍ରିୟା । ଆସନ୍ତା ୧୯ ତାରିଖ ପୂର୍ବାହ୍ନ ୧୦ଟାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆୟୋଜନ ହୋଇଛି ପ୍ରସ୍ତୁତି । ପ୍ରାୟ ଅଢେଇ ହଜାର ହବିଷିଆଳୀଙ୍କ ପାଇଁ ଏଥର  ବ୍ୟବସ୍ଥା ହୋଇଛି । ଏନେଇ ବିଜ୍ଞପ୍ତି ଜାରି ହୋଇଛି ।ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହିତ ଆଉ ତିନିଟି କୋଠାରେ ରହିବେ ହବିଷିଆଳୀ । ଆବେଦନ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ କରାଯିବ । https/edistrict.odisha.gov.in ୱେବ୍ସାଇଟରେ ଆବେଦନ କରିପାରିବେ । କେଉଁଠି ରହିବେ ଆଇଡି କାର୍ଡ , ଆଜିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲ୍ଲାପାଳ ।  ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ୨୦୨୫ ପାଇଁ ଆସନ୍ତା  ୧୯ ତାରିଖରୁ ଆବେଦନ କରିପାରିବେ ହବିଷିଆଳୀ ।  ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିିତ ମହିଳା ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking