ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ପଡିଛି । ଶିକ୍ଷା ଅଧିକାର ଆଇନ ଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ। ନିୟମ ଅନୁଯାୟୀ, ଭିତ୍ତିଭୂମି ନାହିଁ କି ପଢାଇବାକୁ ନିୟମିତ ଶିକ୍ଷକ ନାହାନ୍ତି । ରାଜ୍ୟରେ ଲକ୍ଷାଧିକ ଶିକ୍ଷକ ପଦବୀ ଖାଲିପଡିଥିବା ବେଳେ ସରକାର ଠିକାରେ କିମ୍ବା ସ୍କିମରେ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକଯୁବତୀଙ୍କୁ ଶୋଷଣ କରୁଛନ୍ତି । ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ବିଷୟଭିତ୍ତିକ ଲେବୁଲ -୪ ପ୍ରଧାନଶିକ୍ଷକ ଓ ଲେବୁଲ ଭି(ବି) ପଦବି ଖାଲିପଡିଛି । ସେଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ ଏହାଦ୍ୱାରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛନ୍ତି । ସମସ୍ତ ଲେବୁଲ ଭି-ଏ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା , ୬ ବର୍ଷର ଶିକ୍ଷା ସହାୟକ/ କନିଷ୍ଠ ଶିକ୍ଷକଙ୍କ କାର୍ଯ୍ୟକାଳକୁ ନେଇ ମୂଳ ଚାକିରିରେ ଗଣନା, ଶିକ୍ଷକଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଲାଗୁ ଓ ପୁରୁଣା ପେନସନ ପ୍ରଚଳନ ଦାବିରେ ପ୍ରାଥମିକ ଶିକ୍ଷକମାନେ ଆସନ୍ତା ୨୦ ତାରିଖରେ ବିଧାନସଭା ଅଧିବେଶନରେ ଆନ୍ଦୋଳନରୁ ଓହ୍ଲାଇବେ ବେଲି ଖାରବେଳନଗରସ୍ଥିତ ଶ୍ରମିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ସୁଧାଂଶୁ ମଣ୍ଡଳ, ସରୋଜ କୁମାର ବେହେରା ପ୍ରମୁଖ କହିଛନ୍ତି ।










