28.1 C
Bhubaneswar
Thursday, February 5, 2026
Homeଓଡିଶାଓଡ଼ିଶାରେ ପ୍ରଥମ ଥର ପାଇଁ ସୋଆର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଲଣ୍ଡନ୍ ଷ୍ଟକ୍ ଏକ୍ସଚେଞ୍ଜ ଗ୍ରୁପ୍‌ର...

ଓଡ଼ିଶାରେ ପ୍ରଥମ ଥର ପାଇଁ ସୋଆର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଲଣ୍ଡନ୍ ଷ୍ଟକ୍ ଏକ୍ସଚେଞ୍ଜ ଗ୍ରୁପ୍‌ର ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୨୬ ବ୍ୟାଚ୍‌ର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଫିନ୍‌ଟେକ୍ ପ୍ରଡକ୍ଟ ବେସ୍‌ଡ କମ୍ପାନୀ ଲଣ୍ଡନ୍ ଷ୍ଟକ୍ ଏକ୍ସଚେଞ୍ଜ ଗ୍ରୁପ୍ (ଏଲ୍‌ଏସ୍‌ଇଜି)ନିଯୁକ୍ତି ପ୍ରଦାନ କରିଛି। ଆଇଟିଇଆର୍‌ରେ କ୍ୟାମ୍ପସ୍ ନିଯୁକ୍ତି ପ୍ରଣାଳୀରେ ଛାତ୍ରଛାତ୍ରୀମାନଙ୍କୁ ଏଲ୍‌ଏସ୍‌ଇଜି ନିଯୁକ୍ତି ପ୍ରଦାନ କରିଛି ବୋଲି ସୂଚନା ଦେଇଛନ୍ତି ସୋଆର କ୍ୟାରିୟର ଡେଭେଲପ୍‌ମେଂଟ, ଇଣ୍ଡଷ୍ଟ୍ରୀ କୋଲାବୋରେସନ୍ ଆଣ୍ଡ ପ୍ଲେସ୍‌ମେଂଟ ଡିନ୍ ପ୍ରଫେସର (ଡକ୍ଟର) ରାଜ କୁମାର ହୋତା। ଏହି ନିଯୁକ୍ତି ପ୍ରକ୍ରିୟା ୬ଟି ରାଉଣ୍ଡରେ କରାଯାଇଥିବା ବେଳେ ଏଲ୍‌ଏସ୍‌ଇଜି ପକ୍ଷରୁ ବର୍ତମାନ ସୁଦ୍ଧା ଦେଶର କୌଣସି ଶିକ୍ଷାନୁଷ୍ଠାନରୁ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ପ୍ରଫେସର ହୋତା କହିଛନ୍ତି। ଆଇଟିଇଆରର ବି.ଟେକ ଏବଂ ଏମ୍‌ସିଏ ଛାତ୍ରଛାତ୍ରୀଙ୍କ ଗୁଣାବତାକୁ ଦେଖି ଏଲ୍‌ଏସ୍‌ଇଜି ଖୁବ୍ ଉତ୍ସାହିତ ହୋଇଛି ବୋଲି କ୍ୟାରିୟର ଡେଭେଲପ୍‌ମେଂଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ର କହିଛନ୍ତି। ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ ୨୦୨୫ରେ ଦେଶର ୧୦୦ଟି ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ମଧ୍ୟରେ ଆଇଟିଇଆର ୨୨ତମ ସ୍ଥାନ ହାସଲ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking