31.1 C
Bhubaneswar
Friday, February 6, 2026
Homeଓଡିଶାଦୋକାନ କାନ୍ଥ ଭୁଶୁଡିବା ଘଟଣା: ଜଣେ ମୃତ

ଦୋକାନ କାନ୍ଥ ଭୁଶୁଡିବା ଘଟଣା: ଜଣେ ମୃତ

କୋରାପୁଟ: କୋରାପୁଟର ବସ୍ ଷ୍ଟାଣ୍ଡ ନିକଟରେ ଏକ ଦୋକାନ ଭୁଶୁଡ଼ିବା ଘଟଣାରେ ଆସିଲା ନୂଆ ଅପଡେଟ। ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଛାତ ଭୁଶୁଡ଼ି ପଡ଼ିବାର ଭଗ୍ନାବଶେଷରେ ଆଉ ଚାରି ଜଣ ଫସି ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୋରାପୁଟ ବସ୍ ଷ୍ଟାଣ୍ଡ ନିକଟର ମାର୍କେଟ କମ୍ପ୍ଲେକ୍ସରେ ଥିବା ପ୍ରାୟ ତିନୋଟି ଦୋକାନର କାନ୍ଥ ଭୁଶୁଡ଼ି ପଡ଼ିଛି। ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking