28.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶଖାଇବର ପଖତୁନଖ୍ୱାରେ ଟିଟିପି ଆକ୍ରମଣ: ୧୨ ପାକିସ୍ତାନୀ ସୈନିକ ନିହତ

ଖାଇବର ପଖତୁନଖ୍ୱାରେ ଟିଟିପି ଆକ୍ରମଣ: ୧୨ ପାକିସ୍ତାନୀ ସୈନିକ ନିହତ

ପେଶାୱାର: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦ୍ୱାରା ହୋଇଥିବା ଆକ୍ରମଣରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନୀ ସେନା ନିଜେ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି। ପାକିସ୍ତାନ ସେନା କହିଛି ଯେ ଗତ ଚାରି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ଦୁଇଟି ପୃଥକ ଅପରେସନରେ ଅତି କମରେ ୧୨ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ପାକ୍ ସେନା ଟିଟିପିର ୩୫ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ମଧ୍ୟ ଦାବି କରିଛି।

ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପି​ଆର) ଶନିବାର କହିଛି ଯେ ଏହି ଅପରେସନଗୁଡ଼ିକ ବାଜୌର ଏବଂ ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାରେ କରାଯାଇଥିଲା। ଗୁପ୍ତ ସୂଚନା ଆଧାରରେ, ବାଜୌରରେ ଏକ ଅପରେସନ ଆରମ୍ଭ ହୋଇଥିଲା, ଯେଉଁଥିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୨୨ ଟିଟିପି ଆତଙ୍କବାଦୀ ନିହତ ହୋଇଥିଲେ। ଦକ୍ଷିଣ ୱାଜିରିସ୍ତାନରେ ଅନ୍ୟ ଏକ ଅପରେସନରେ ୧୩ ଆତଙ୍କବାଦୀ ନିହତ ହୋଇଥିଲେ, ଯେତେବେଳେ ଏହି ଗୁଳିବିନିମୟରେ ୧୨ ପାକିସ୍ତାନୀ ସୈନିକ ମଧ୍ୟ ପ୍ରାଣ ହରାଇଥିଲେ।

ଆଇଏସ୍ପିଆର କହିଛି ଯେ ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଉଦ୍ଧାର କରାଯାଇଛି। ସାମରିକ ମୁଖପାତ୍ରଙ୍କ ଅନୁଯାୟୀ, ଏହି ଆକ୍ରମଣରେ ଆଫଗାନ ନାଗରିକଙ୍କ ସମ୍ପୃକ୍ତି ମଧ୍ୟ ସନ୍ଦେହ କରାଯାଉଛି। ଆଇଏସ୍ପିଆର କହିଛି ଯେ ପାକିସ୍ତାନ ଆଶା କରେ ଯେ ଆଫଗାନିସ୍ତାନର ତାଲିବାନ ସରକାର ତାର ଦାୟିତ୍ୱ ପାଳନ କରିବ ଏବଂ ପାକିସ୍ତାନ ବିରୁଦ୍ଧରେ ଆତଙ୍କବାଦ ପାଇଁ ତାର ମାଟି ବ୍ୟବହାର କରିବାକୁ ଦେବ ନାହିଁ। ଆଇଏସ୍ପିଆର ଅନୁଯାୟୀ, ଅବଶିଷ୍ଟ ଆତଙ୍କବାଦୀଙ୍କୁ ଖୋଜିବା ଏବଂ ନିପାତ କରିବା ପାଇଁ “ସାନିଟାଇଜେସନ୍ ଅପରେସନ୍” ଏବେ ବି ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking