27.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶମଣିପୁର ସାହସ ଓ ବିରତ୍ୱର ଭୂମି: ମୋଦୀ

ମଣିପୁର ସାହସ ଓ ବିରତ୍ୱର ଭୂମି: ମୋଦୀ

ମଣିପୁର: ପ୍ରଧାନମନ୍ତ୍ରୀ ମୋଦି ମଣିପୁରର ଚୁରାଚାନ୍ଦପୁରରେ ଅଛନ୍ତି। ଏଠାରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, “ମଣିପୁର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ତ୍ୱେ ଆପଣମାନେ ଏଠାକୁ ଆସିଛନ୍ତି, ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ମଣି ଶବ୍ଦ ରହିଛି । ଏହି ମଣି ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି । ପ୍ରାୟ ୭,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।”

ମଣିପୁର ସଂଯୋଗୀକରଣ ପ୍ରସଙ୍ଗରେ ସେ କହିଛନ୍ତି, “ମଣିପୁର ଏକ ସୀମାନ୍ତ ରାଜ୍ୟ, ଯୋଗାଯୋଗ ସବୁବେଳେ ଏକ ଚ୍ୟାଲେଞ୍ଜ। ମୁଁ ଭଲଭାବେ ବୁଝୁଛି ଯେ ଭଲ ରାସ୍ତାର ଅଭାବ ହେତୁ ଆପଣ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ମଣିପୁରରେ ରାସ୍ତା ଓ ରେଳପଥ ପାଇଁ ବଜେଟ୍‌ ବୃଦ୍ଧି କରାଯାଇଛି। ଗାଁଗୁଡ଼ିକୁ ରାସ୍ତା ସହ ସଂଯୋଗ କରିବା ପାଇଁ ପ୍ରୟାସ କରାଯାଇଛି। ମଣିପୁରରେ ଏନଏଚ ପାଇଁ ୩,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ନୂଆ ରାଜପଥ ନିର୍ମାଣ ପାଇଁ ୮,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ୭-୮ ବର୍ଷ ପୂର୍ବେ ମାତ୍ର ୨୫-୩୦ ହଜାର ଘରେ ପାଇପ୍ ଜଳ ପହଞ୍ଚୁଥିଲା। ଆଜି ୩.୫ ଲକ୍ଷରୁ ଅଧିକ ଘରେ ନଳରୁ ଜଳ ଯୋଗାଣର ସୁବିଧା ମିଳୁଛି।”

ପ୍ରଧାନମନ୍ତ୍ରୀ ମୋଦୀ ନିଯୁକ୍ତି ଏବଂ ବିକାଶ ବିଷୟରେ ଆଲୋଚନା କରି କହିଛନ୍ତି, “ପୂର୍ବରୁ ଦିଲ୍ଲୀରୁ ଘୋଷଣାଗୁଡ଼ିକ ମଣିପୁରରେ ପହଞ୍ଚିବାକୁ ଦଶନ୍ଧି ଲାଗିଯାଉଥିଲା। ଏବେ ପ୍ରତ୍ୟେକ ରାଜ୍ୟ ପରି ମଣିପୁର ମଧ୍ୟ ପ୍ରଗତି କରୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଭାରତ ଦ୍ରୁତ ଗତିରେ ବିକାଶ କରୁଛି। ଭାରତ ଖୁବ୍ ଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତି ହେବ।” ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୁଁ ପ୍ରତିଶ୍ରୁତି ଦେଉଛି ଯେ ମୁଁ ମଣିପୁର ସହିତ ଅଛି। ଭାରତ ସରକାର ମଣିପୁର ସହିତ ଅଛି। ମୁଁ ଆପଣଙ୍କର ଚିନ୍ତାକୁ ସମାଧାନ କରିବାକୁ ଯଥାସମ୍ଭବ ଚେଷ୍ଟା କରିବି। ମୁଁ ମଣିପୁରର ବିକାଶକୁ ପୁଣିଥରେ ଟ୍ରାକରେ ଆଣିବା ପାଇଁ ଠିଆ ହୋଇଛି। ଆପଣଙ୍କର ଚିନ୍ତାକୁ ଦୂର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯିବ। ବିସ୍ଥାପିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା ଅଛି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking