26.1 C
Bhubaneswar
Tuesday, March 24, 2026
Homeଓଡିଶାଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ

ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ

– ସେପ୍ଟେମ୍ବର ୨୮ରେ ହେବ କର୍ମଶାଳା
– ଯୋଗଦେବେ ଭାରତର ମୁଖ୍ୟ ବିଚାରପତିଙ୍କ ସମତେ ବହୁ ବିଶିଷ୍ଟ ଅତିଥି
– ଶ୍ରେଷ୍ଠ ଆତିଥେୟତା ଲାଗି ରୋଡ଼ମ୍ୟାପ ପ୍ରସ୍ତୁତ

ଭୁବନେଶ୍ୱର: ମଧ୍ଯସ୍ଥତା ମାଧ୍ୟମରେ ମକଦମା ଗୁଡିକର ସମାଧାନ ନେଇ ଚଳିତ ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ବରରେ ହେବାକୁ ଯାଉଛି ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା । ଲୋକସେବା ଭବନ ସ୍ଥିତ କନଭେନସନ ହଲରେ ହେବାକୁ ଥିବା ଏହି କର୍ମଶାଳାକୁ ସବୁ ଦିଗରୁ ସଫଳ କରିବା ଲାଗି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକସେବା ଭବନ ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ “ନ୍ୟାସନାଲ ମେଡିଏସନ କର୍ମଶାଳା”ରେ ଯୋଗ ଦେବାକୁ ଥିବା ଅତିଥି, ସେମାନଙ୍କ ରହଣି, ଆତିଥେୟତା ଓ କର୍ମଶାଳା ଆୟୋଜନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବିଭିନ୍ନ ସମୟରେ ଛୋଟୋମୋଟ କାରଣ ନେଇ ଲୋକମାନେ କୋଟ କଚେରୀର ଦ୍ଵାରସ୍ଥ ହେଉଛନ୍ତି । ଏଥିଯୋଗୁଁ ନ୍ୟାୟାଳୟ ଉପରେ ଅଯଥା ଚାପ ବଢିବା ସହିତ ପ୍ରକୃତ ନ୍ୟାୟ ମିଳିବାରେ ବହୁ ବିଳମ୍ବ ହେଉଛି । କେବଳ ଏହି କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଫଇସଲା ମଧ୍ୟ ବିଳମ୍ବିତ ହେଉଛି । ତେଣୁ ଭାରତ ସରକାରଙ୍କ ପକ୍ଷରୁ ଆସିଥିବା ମଧ୍ୟସ୍ଥତା ମାଧ୍ୟମରେ ମକଦମା ଗୁଡିକର ଆପୋସ ସମଧାନ ଏକ ଉତ୍ତମ ମାର୍ଗ । ଆସନ୍ତା ୨୮ ତାରିଖରେ ଏଠାରେ ହେବାକୁ ଥିବା ଜାତୀୟ କର୍ମଶାଳ ଏହା ଉପରେ ଅଧିକ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ପ୍ରଥମ ଥର ଲାଗି ଏଠାରେ ଆୟୋଜିତ ଏହି କର୍ମଶାଳାକୁ ସଫଳ କରିବା ସହ ଯୋଗ ଦେଉଥିବା ପ୍ରତିନିଧିମାନେ ଯେପରି ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ ଓ ଆତିଥେୟତାର ଭଲ ସ୍ମୃତି ନେଇ ପ୍ରତ୍ୟାବର୍ତ୍ତନ କରିବେ ସେଥିଲାଗି ଯତ୍ନବାନ ହେବା ଲାଗି ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ ।

ଆଲୋଚନା ଅନୁଯାୟୀ ଏହି ଜାତୀୟ କର୍ମଶାଳାରେ ଭାରତର ମୁଖ୍ୟ ବିଚାରପତି ବି. ଆର. ଗାଭାଇଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟ ବିଚାରପତି, ବିଚାରପତି, ଆଡଭୋକେଟ ଜେନେରାଲ, ଆଇନ ସଚିବ, ମଧ୍ୟସ୍ଥତା ସହିତ ସମ୍ପୃକ୍ତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଆଜିର ବୈଠକରେ ଆଡ଼ଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ, ଡିଜିପି ଯୋଗେଶ ବାହାଦୁର ଖୁରାନିଆ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ସୂଚନା ପ୍ରଯୁକ୍ତି ଓ ଶକ୍ତି ବିଭଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, କଟକ – ଭୁବନେଶ୍ବର ପୋଲିସ କମିଶନର ଦେବ ଦତ୍ତ ସିଂହ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ, ଇପିକଲ ପରିଚାଳନା ନିର୍ଦେଶକ ଶ୍ରୀ ଭୁପେନ୍ଦର ସିଂହ ପୁନିଆ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଆର. କେ. ଶର୍ମା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁରୁବୀର ସିଂ ଏବଂ ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking