ଭୁବନେଶ୍ୱର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ବାହାରିବ ସ୍ୱତନ୍ତ୍ର ଟ୍ରେନ । ଏଥିପାଇଁ ଭୁବନେଶ୍ୱରରେ ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ବରିଷ୍ଠ ତୀର୍ଥଯାତ୍ରୀଙ୍କ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବାହାରିବ ସ୍ୱତନ୍ତ୍ର ଟ୍ରେନ । ଏଥିପାଇଁ ଭୁବନେଶ୍ୱରରେ ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହ ଦେଓ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ ।ସୂଚନା ଅନୁଯାୟୀ, ଢେଙ୍କାନାଳରୁ ୧୦୮, ଜଗତସିଂହପୁରରୁ ୮୫, ପୁରୀରୁ ୧୨୭,କେନ୍ଦ୍ରାପଡ଼ାରୁ ୮୯, କଟକରୁ ୧୯୭ ଓ ଖୋର୍ଦ୍ଧାରୁ ୧୬୯ ଜଣ ଯାତ୍ରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ମୋଟ ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ସମେତ ସେମାନଙ୍କ ସହ ଯାଉଛନ୍ତି ୨୫ ଜଣ ଏସ୍କର୍ଟ ଗାଇଡ ।










