19.1 C
Bhubaneswar
Saturday, February 7, 2026
Homeଓଡିଶାବଡ ଖବର: ବିଜେଡି ଛାଡିଲେ ଏନ୍‌. ଭାସ୍କର ରାଓ

ବଡ ଖବର: ବିଜେଡି ଛାଡିଲେ ଏନ୍‌. ଭାସ୍କର ରାଓ

ଭୁବନେଶ୍ୱର: ବିଜେଡି ପାଇଁ ଏବେ କିଛି ଭଲ ନାହିଁ । ଦଳରେ ଏବେ ଗୋଷ୍ଠୀକନ୍ଦଳ ପିକରେ ପହଞ୍ଚିଛି । ଜଣକ ପରେ ଜଣେ ନେତା ଓ ନେତ୍ରୀ ଦଳ ତଥା ଦଳୀୟ ନେତାଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।ତାହା ହେଲା ପୂର୍ବତନ ସାଂସଦ ଏନ ଭାସ୍କର ରାଓ ବିଜେଡିକୁ ବାଏ ବାଏ କରିଦେଇଛନ୍ତି । ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦଳ ବିରୋଧରେ ଅସନ୍ତୋଷ ଝାଡ଼ିବା ସହ ଦଳ ଛାଡ଼ିଛନ୍ତି । କେବଳ ସେ ଦଳଛାଡ଼ିନାହାନ୍ତି ନୂଆ ଦଳ ବି ଗଠନ କରିଛନ୍ତି । ଯାହାର ନାମ ରଖିଛନ୍ତି ବିଜୁ ସ୍ୱାଭିମାନ ମଞ୍ଚ ।

ପ୍ରକାଶ ଯେ ଦଳ ଭିତରେ ସବୁ କିଛି ଠିକ୍‌ଠାକ୍‌ ନଥିବାର ଏକାଧିକ ଘଟଣା ସାମ୍ନାକୁ ଆସିଲାଣି। ସବୁଠାରୁ ବଡ଼ କଥା ହେଲା ଯେ ବିଜେଡିର ବରିଷ୍ଠ ନେତ୍ରୀ ଶ୍ରମୟୀ ମିଶ୍ର ସାମାଜିକ ଗଣମାଧ୍ୟମରେ ‘ଧୃତରାଷ୍ଟ୍ର’ ଉପାଖ୍ୟାନ କହି ହଟଚମଟ ସୃଷ୍ଟି କରିଛନ୍ତି। ତେଣେ ମହାଭାରତର ‘ଶ୍ରୀକୃଷ୍ଣ’ ପ୍ରସଙ୍ଗକୁ ଲେଖି ଏହାର ପ୍ରତିବାଦ କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ। ଏହା ବିଜେଡି ଭିତରେ ଥିବା ଆଭ୍ୟନ୍ତରୀଣ ବିବାଦକୁ ପଦାରେ ପକାଇଛି ବୋଲି କୁହାଗଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଘଟଣାକୁ ବିଜେଡିର ସାଧାରଣ କର୍ମୀମାନେ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି।ଯେଉଁଠି ବିଜେଡି ଶାସନ କ୍ଷମତାରେ ଥିବା ବେଳେ କେହି କାହାରି ବିରୁଦ୍ଧରେ ମୁହଁ ଖୋଲିବାର ଦୁଃସାହସ କରିପାରୁନଥିଲେ, ଏବେ କ୍ଷମତା ଯିବା ପରେ କେହି କାହାକୁ ମାନୁନଥିବା ଦୃଷ୍ଟିଗୋଚର ହେଉଛି। ଏଇ କିଛି ମାସ ଭିତରେ ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବାଶିଷ ସାମନ୍ତରାୟ, ଭୂପିନ୍ଦର ସିଂହ, ଶଶୀଭୂଷଣ ବେହେରା ଓ ଅରୁଣ ସାହୁଙ୍କ ଭଳି ଦଳର ବରିଷ୍ଠ ନେତାମାନଙ୍କ ଟିପ୍ପଣୀ ଅନେକ ସମୟରେ ବିଜେଡକୁ ଅଡ଼ୁଆରେ ପକାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking