21.1 C
Bhubaneswar
Thursday, February 5, 2026
Homeଅପରାଧଜନ୍ମଦିନରେ ଜଘନ୍ୟକାଣ୍ଡ: କେକ୍ କାଟିବାକୁ ଡାକି ଯୁବତୀଙ୍କୁ ରାତିସାରା କଲେ ଗଣଦୁଷ୍କର୍ମ

ଜନ୍ମଦିନରେ ଜଘନ୍ୟକାଣ୍ଡ: କେକ୍ କାଟିବାକୁ ଡାକି ଯୁବତୀଙ୍କୁ ରାତିସାରା କଲେ ଗଣଦୁଷ୍କର୍ମ

କୋଲକାତା: ଜନ୍ମଦିନରେ ଜଘନ୍ୟକାଣ୍ଡ । ଜନ୍ମଦିନ ପାଳିବାକୁ ଡାକି ବନ୍ଧୁତାର ସବୁ ସୀମା ଡେଇଁଗଲେ ଦୁଇ ସାଙ୍ଗ । ଆଉ କେକ୍ କାଟିବା ବାହାନାରେ ରୁମକୁ ଡାକି ରାତି ସାରା ଗଣଦୁଷ୍କର୍ମ କଲେ ଦୁଇ ସୈତାନ ସାଙ୍ଗ । ଏଭଳି ନାରକୀୟ କାଣ୍ଡ କୋଲକାତାରୁ ଆସିବା ପରେ ପୁଣି ଥରେ ଲଜ୍ଜିତ ହୋଇଛି ପଶ୍ଚିମବଙ୍ଗ । ଯେଉଁଠି ନାରୀଟିଏ ଆଦୌ ସୁରକ୍ଷିତ ନୁହେଁ ବୋଲି ପ୍ରଶ୍ନ ଉଠିଛି । ତେବେ ମିଳିଥିବା ସୂଚନା ଅନୁସାରେ କୋଲକାତାର ହରିଦେବପୁର ଅଞ୍ଚଳର ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ସେପ୍ଟେମ୍ବର ୫ ତାରିଖ, ଶୁକ୍ରବାର- ଯୁବତୀଙ୍କ ଜନ୍ମଦିନ ଥିବାରୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ ତାଙ୍କର ଦୁଇ ସାଙ୍ଗ ।

ଯେଉଁମାନେ ଗତ ମାସେ ହେବ ବନ୍ଧୁତାର ସୁତ୍ରରେ ବାନ୍ଧି ହୋଇଛନ୍ତି । ଯୁବତୀଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଦୁଇ ବନ୍ଧୁ ଚନ୍ଦନ ମଲ୍ଲିକ ଏବଂ ଦୀପ ବିଶ୍ବାସ ସେଦିନ ରାତିରେ ଗୋଟେ ଫ୍ଲାଟକୁ ନେଇଥିଲେ । ରିଗେଣ୍ଟ ପାର୍କ ଅଞ୍ଚଳରେ ଥିବା ଫ୍ଲାଟରେ ସେହି ୩ ଜଣଙ୍କ ଛଡା ଆଉ କେହି ନଥିଲେ । ସମସ୍ତେ ମିଲ୍ ଖାଇବା ପରେ ମୃଦୁ ପାନୀୟ ପିଇଥିଲେ ଏବଂ ତାପରେ ଯୁବତୀ ଜଣଙ୍କ ଘରକୁ ଫେରିବାକୁ ବାହାରିବାରୁ ଜଣେ ବନ୍ଧୁ ଘରର କବାଟ ଦେଇଦେଇଥିଲା ଆଉ ଦୁହେଁ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ଅଭିଯୋଗ ହେଉଛି କି ମୃଦୁ ପାନୀୟରେ ନିଶା ମିଶାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ରାତି ସାରା ଦୁଇ ସୈତାନ ସାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ପର ଦିନ ସକାଳ ପ୍ରାୟ ସାଢେ ୧୦ଟା ବେଳେ ଯୁବତୀ କୌଣସି ପ୍ରକାରେ ରୁମରୁ ଖସି ପଳାଇ ଆସିବା ସହ ଘରେ ଗତ ରାତିର ଘଟଣା ସବୁ କହିଥିଲେ ଏବଂ ପରେ ପରିବାର ଲୋକେ ତାଙ୍କୁ ନେଇ ଥାନାରେ ଅଭିଯୋଗ ଲେଖେଇଥିଲେ । ପୋଲିସ ଏଯାଏଁ ଦୁଇ ଅଭିଯୁକ୍ତଙ୍କୁ ଧରିପାରିନି, ସେମାନେ ଫେରାର ଅଛନ୍ତି ।
ଯୁବତୀ ଜଣଙ୍କୁ ଚନ୍ଦନ ମଲ୍ଲିକ ଦକ୍ଷିଣ କୋଲକାତାର ଏକ ପ୍ରତିଷ୍ଠିତ ଦୁର୍ଗା ପୂଜା କମିଟିର ସଦସ୍ୟ କହିବା ସହ ତା ସାଙ୍ଗ ଦୀପ ସହ ଯୁବତୀଙ୍କୁ ଭେଟାଇଥିଲା ଆଉ ଦୁହେଁ ଯୁବତୀଙ୍କୁ ପୂଜା କମିଟିରେ ତାଙ୍କୁ ସାମିଲ କରେଇବେ ବୋଲି ବି ପ୍ରତିଶ୍ରୁତି ଦେଇଥିଲେ ଏବଂ ସେବେଠାରୁ କଥାବାର୍ତ୍ତା କରୁଥିଲେ । ମାତ୍ର ଯୁବତୀଙ୍କ ଜନ୍ମଦିନରେ ଏଭଳି ନୃଶଂସ କାମ କରିବେ ବୋଲି କିଏ ଜାଣିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking