23.1 C
Bhubaneswar
Sunday, February 8, 2026
Homeଓଡିଶାଶ୍ରୀମୟୀଙ୍କ ‘ଧ୍ରୁତରାଷ୍ଟ୍ର’ ନିଶାନା

ଶ୍ରୀମୟୀଙ୍କ ‘ଧ୍ରୁତରାଷ୍ଟ୍ର’ ନିଶାନା

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ର । ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ନିଶାନା କଲେ ଶ୍ରୀମୟୀ ମିଶ୍ର । କାହା ନାମ ନନେଇ ଶ୍ରୀମୟୀ ମିଶ୍ର ପରୋକ୍ଷରେ କଡ଼ା ଆକ୍ଷେପ କରିଛନ୍ତି ।ସେ କହିଛନ୍ତି ଯେ ‘ଦ୍ରୌପଦୀଙ୍କୁ ଅପମାନ କରାଯାଉଥିବା ସଭାରେ ରାଜ୍ୟ ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରିନଥିଲେ । ଧୃତରାଷ୍ଟ୍ରଙ୍କ ବିଶେଷତଃ ଦୁର୍ଯେ୍ୟାଧନଙ୍କ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିଥିଲା । କିଛି ଲୋକ ଧୃତରାଷ୍ଟ୍ରଙ୍କ ପରି ଅନ୍ଧ, ଅନ୍ୟାୟ ରୋକିବାକୁ ପ୍ରୟାସ କରନ୍ତି ନାହିଁ । ଇତିହାସ ଏଭଳି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା ଦେବ ନାହିଁ । କାରଣ ସେମାନଙ୍କ ନୀରବତା ଦୁଃଖଦ ପରିଣାମ ଆଣିଥାଏ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ଶ୍ରୀମୟୀ ମିଶ୍ର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ଟିକେଟରୁ ଲଢ଼ିବା ପାଇଁ ଆଶାବାଦୀ ଥିଲେ । ଏପରିକି ଟିକେଟ ପାଇଁ ଘୋଷଣାର ବହୁ ପୂର୍ବରୁ ସେ ନିଜର ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ଶେଷ ସମୟରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ବିଜେଡି ତାଙ୍କୁ ଟିକେଟ ନଦେଇ ମନ୍ମଥ ରାଉତରାୟଙ୍କୁ ଟିକେଟ ଦେଇଥିଲା । ସେବେଠାରୁ ଶ୍ରୀମୟୀ ମିଶ୍ର ନିଜକୁ ଦଳୀୟ କାର୍ଯ୍ୟକଳାପ ଠାରୁ ଦୂରେଇ ରଖିଥିଲେ । ଏବେ ତାଙ୍କର ‘ଧୃତରାଷ୍ଟ୍ର’ ନିଶାନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking