ଅନୁଗୁଳ: ଅନୁଗୁଳରେ ପୁଣି ଏକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ୫ଟି ବାଇକ୍କୁ ଧକ୍କା ଦେଲା ବୋଲେରୋ। ସଦର ଥାନା ଖଣ୍ଡହତା ନିକଟରେ ଏହି ସିରିଜ୍ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ୫ଟି ବାଇକ୍ ସହ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଦୋକାନ ଭିତରେ ପଶିଗଲା ବୋଲେରୋ। ରାସ୍ତା ଉପରେ ଟାୟାର ଜାଳି ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ସେହି ସ୍ଥାନରେ ଦୁର୍ଘଟଣାରେ ୩ ପ୍ରାଣ ହରାଇଥିଲେ।










