ଭୁବନେଶ୍ୱର: ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ୧୭ ତାରିଖ ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ । ପୂର୍ବରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି । ନଭେମ୍ବରରେ ଦିଆଯିବ ପିଏମ ଆବାସର କାର୍ଯ୍ୟାଦେଶ । ନୂଆ ପିଏମ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ ଲକ୍ଷ ହିତାଧିକାରୀ । ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ । କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ ।










