33.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶସ୍ୱଳ୍ପବୟସ୍କଙ୍କ ଆତ୍ମହତ୍ୟା ପ୍ରବଣତା ବଢୁଛି: ବିଶେଷଜ୍ଞ

ସ୍ୱଳ୍ପବୟସ୍କଙ୍କ ଆତ୍ମହତ୍ୟା ପ୍ରବଣତା ବଢୁଛି: ବିଶେଷଜ୍ଞ

ଭୁବନେଶ୍ୱର: : ବିଶ୍ୱରେ ବର୍ଷକୁ ୭.୨୭ ଲକ୍ଷ ଲୋକ ଆମତ୍ହତ୍ୟା କରୁଛନ୍ତି। ପ୍ରତି ୧୦୦ ଜଣରେ ଜଣେରୁ ଊର୍ଦ୍ଧ୍ୱ (୧.୧%) ବ୍ୟକ୍ତି ଜୀବନ ହାରୁଛନ୍ତି। ପ୍ରତି ୨୦ଜଣଙ୍କ ଆମତ୍ହତ୍ୟା ଉଦ୍ୟମରେ ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟୁଛି। ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଉଥିବା ଲୋକଙ୍କ ମଧ୍ୟରୁ ୫୩% ହେଉଛନ୍ତି ମହିଳା ବୋଲି ଜାତିସଂଘର ସ୍ବାସ୍ଥ୍ୟ ସଂସ୍ଥା ଡବ୍ଲ୍ୟୁଏଚ୍‌ଓ ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ଏହାର ମାନସିକ ସ୍ବାସ୍ଥ୍ୟ ବିଭାଗ ଅନ୍ତରୀଣ ମୁଖ୍ୟ ଦେଭୋରା କେଷ୍ଟେଲ କହିଛନ୍ତି। ଆତ୍ମହତ୍ୟା ଅଗଣିତ ଜୀବନ ଓ ଜୀବିକାକୁ ଉଜାଡ଼ି ଦେଉଛି। ଆତ୍ମହତ୍ୟାକାରୀଙ୍କ ବନ୍ଧୁ, ସମ୍ପର୍କୀୟମାନେ ଅକଳ୍ପନୀୟ ଅସୁବିଧା ଦେଇ ଗତି କରୁଛନ୍ତି। ବିଶ୍ୱରେ ଭୌଗୋଳିକ ଓ ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସ୍ବଳ୍ପ ବୟସ୍କମାନଙ୍କ କ୍ଷେତ୍ରରେ ଆମତ୍ହତ୍ୟା ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ରହିଆସିଛି। ୨୦୨୧ରେ ୧୫ରୁ ୨୯ ବର୍ଷୀୟା ଝିଅ ଓ ମହିଳାଙ୍କ କ୍ଷେତ୍ରରେ ମୃତ୍ୟୁର ଦ୍ୱିତୀୟ ବଡ଼ କାରଣ ଆତ୍ମହତ୍ୟା ହୋଇଥିବାବେଳେ ସମାନ ବୟସ୍କ ପୁରୁଷଙ୍କ ପାଇଁ ଏହା ତୃତୀୟ ବୃହତ୍‌ କାରଣ ହୋଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି।

୨୦୦୦ରୁ ୨୦୨୧ ମଧ୍ୟରେ ଏହି ବୟସ ବର୍ଗର ଲୋକଙ୍କଠାରେ ବିଶ୍ୱବ୍ୟାପୀ ୩୫% ଆମତ୍ହତ୍ୟା ହାର ହ୍ରାସ ପାଇଥିଲେ ମଧ୍ୟ ଏହାକୁ ରୋକିବା ନେଇ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ୨୦୧୫ରୁ ୨୦୩୦ ମଧ୍ୟରେ ଆମତ୍ହତ୍ୟା ହାର ଏକତୃତୀୟଂଶ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନର ଅଗ୍ରଗତିକୁ ଦେଖିଲେ ୨୦୩୦ ବେଳକୁ ଏଥିରେ ମାତ୍ର ୧୨% ସଫଳତା ମିଳିପାରେ ବୋଲି ଡବ୍ଲ୍ୟୁଏଚ୍‌ଓ ଉକ୍ତ ରିପୋର୍ଟରେ ଦର୍ଶାଇଛି। ଓ୍ବାଲର୍‌ଡ ମେଣ୍ଟାଲ ହେଲ୍‌ଥ ଟୁଡେ ଏବଂ ମେଣ୍ଟାଲ ହେଲ୍‌ଥ ଆଟ୍‌ଲାସ୍‌ ୨୦୨୪ ଶୀର୍ଷକ ଦୁଇଟି ରିପୋର୍ଟକୁ ବିଶ୍ଳେଷଣ କରି କୁହାଯାଇଛି, ଲିଙ୍ଗ ଅନୁସାରେ ମାନସିକ ରୋଗରେ ଭିନ୍ନତା ଥାଇପାରେ। କିନ୍ତୁ ମୋଟାମୋଟି ଭାବେ ମହିଳାମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ଅନେକ ଦେଶର ସରକାର ନିଜସ୍ବ ମାନସିକ ସ୍ବାସ୍ଥ୍ୟ ନୀତି ଆଣି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରୁଛନ୍ତି। ଏପରି କି ଲୋକଙ୍କୁ ମାନସିକ ରୋଗରୁ ରକ୍ଷା କରିବା ପାଇଁ ସେବା କ୍ଷେତ୍ରରେ ପୁଞ୍ଜିନିବେଶ କରୁଛନ୍ତି। ତଥାପି ମେଣ୍ଟାଲ ହେଲ୍‌ଥ ସର୍ଭିସ୍‌ ବର୍ତ୍ତମାନ ଏକ ବୃହତ୍‌ ଆହ୍ବାନରେ ପରିଣତ ହୋଇଛି ବୋଲି ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଟେଡ୍ରୋସ୍‌ ଅଧନୋମ୍‌ ଘେବ୍ରେୟେସସ୍‌ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking