18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ...

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ସେମିକଣ୍ଡକ୍ଟର ଯାତ୍ରା ଆଜି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କରିଛନ୍ତି । ଡିସେମ୍ବର ୨୦୨୧ରେ ଆରମ୍ଭ ହୋଇଥିବା ସେମିକଣ୍ଡକ୍ଟର ମିଶନ ମାତ୍ର ସାଢ଼େ ତିନି ବର୍ଷ ମଧ୍ୟରେ ଅନୁମୋଦନ ଠାରୁ ଉତ୍ପାଦନ ପର୍ଯ୍ୟନ୍ତ ପହଞ୍ଚି ପାରିଛି । ଏହା ଦେଶ ପାଇଁ ଗୌରବର ବିଷୟ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଏଥିସହିତ ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ପଦକ୍ଷେପ ଲାଗି ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ୭.୮% ଜିଡିପି ବିକାଶ ହାର ଠାରୁ ଆରମ୍ଭ କରି ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ସହିତ ବୃଦ୍ଧି ପାଉଥିବା ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ ବଳରେ ଭାରତ ସ୍ଥିରତାର ଏକ ଆଲୋକବର୍ତ୍ତିକା ପାଲଟିଛି।

କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରି କହିଛନ୍ତି, ଭାରତର ସେମିକଣ୍ଡକ୍ଟର ମିଶନ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସମ୍ମାନ ଦେବା, ଯୋଗାଣ ଶୃଙ୍ଖଳା ବିକାଶକୁ ସମର୍ଥନ କରିବା ଏବଂ ବିଶ୍ୱ ଅଂଶୀଦାରମାନଙ୍କ ସହିତ ସହ-ବିକାଶ ମଡେଲଗୁଡ଼ିକୁ ପ୍ରୋତ୍ସାହିତ କରିବାର ବିଶ୍ୱାସ ଉପରେ ଆଧାରିତ। ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ୧୨ଟି ବୁଝାମଣାପତ୍ର (ଏମଓୟୁ) ଘୋଷଣା କରାଯାଇଛି। ଏହି ଏମଓୟୁଗୁଡ଼ିକରେ ଉତ୍ପାଦ ବିକାଶକୁ ବୃଦ୍ଧି କରିବା, ସେବା କ୍ଷମତାକୁ ବିସ୍ତାର କରିବା ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ଦେଶରେ ଏକ ଆତ୍ମନିର୍ଭରଶୀଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଠନ କରିବା।

ଅଭିନବ ଉଦ୍ଭାବନକୁ ଆହୁରି ସୁଦୃଢ଼ କରିବା ପାଇଁ, ଶ୍ରୀ ବୈଷ୍ଣବ ଡିପ୍ ଟେକ୍ ମେଣ୍ଟ ଗଠନ ବିଷୟରେ ଘୋଷଣା କରିଛନ୍ତି । ଏଥିରେ ପ୍ରାୟ ଏକ ବିଲିୟନ ଡଲାର ପୁଞ୍ଜିନିବେଶ ହେବ । ପ୍ରାରମ୍ଭରେ ସେମିକଣ୍ଡକ୍ଟର ଉପରେ ଧ୍ୟାନ ଦେଇ ଏହି ମେଣ୍ଟ ସ୍ୱଚ୍ଛ ଶକ୍ତି, ଜୈବ ପ୍ରଯୁକ୍ତିବିଦ୍ୟା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ଭଳି ଅନ୍ୟାନ୍ୟ କ୍ଷେତ୍ରକୁ ବିସ୍ତାରିତ ହେବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହା ଉଦୀୟମାନ ଡିପ୍ ଟେକ୍ ଶିଳ୍ପ ପାଇଁ ଅତ୍ୟନ୍ତ ଆବଶ୍ୟକ ଭେଞ୍ଚର ପୁଞ୍ଜି ସହାୟତା ପ୍ରଦାନ କରିବ। ଭାରତୀୟ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ୧.୦ର ସଫଳତାକୁ ଆଧାର କରି, ସରକାର ଆଇଏସଏମ ୨.୦ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏହା ସମଗ୍ର ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାକୁ ସାମିଲ କରିବା ପାଇଁ ଫ୍ୟାବ୍ସ, ଓଏସଏଟି ୟୁନିଟ୍, ପୁଞ୍ଜି ଉପକରଣ ଏବଂ ସାମଗ୍ରୀ ପାଇଁ ସମର୍ଥନକୁ ବ୍ୟାପକ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦଶଟି ଅନୁମୋଦିତ ସେମିକଣ୍ଡକ୍ଟର ପ୍ରକଳ୍ପରେ ରପ୍ତାନି ଏକ ଅବିଚ୍ଛେଦ୍ୟ ଅଂଶବିଶେଷ ହେବ । ଭାରତରେ ନିର୍ମିତ ଚିପ୍ସ ଘରୋଇ ଏବଂ ବିଶ୍ୱ ବଜାର ଉଭୟକୁ ସେବା ଯୋଗାଇବ। ସେ କହିଛନ୍ତି, ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ବିଶ୍ୱସ୍ତରରେ ୧୫ରୁ ୩୦% ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇପାରିଥିବା ନିରପେକ୍ଷ ଅଧ୍ୟୟନରୁ ଜଣାପଡ଼ିଛି । ଭାରତ କେବେବି ପ୍ରକଳ୍ପ ଅନୁମୋଦନ ପାଇଁ ତରବର ହୋଇନାହିଁ, ବରଂ ଦୀର୍ଘସ୍ଥାୟୀ ପ୍ରଗତି ପାଇଁ ପେସାଦାର ମୂଲ୍ୟାଙ୍କନ ସୁନିଶ୍ଚିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ବହୁ ବିଶ୍ୱସ୍ତରୀୟ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଏହା ଭାରତ ପ୍ରତି ବିଶ୍ୱର ଭରସାକୁ ପ୍ରତିଫଳିତ କରୁଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସେମିକଣ୍ଡକ୍ଟର ପ୍ରୟୋଗଶାଳା (ଏସସିଏଲ)ରେ ଡିଜାଇନ ହୋଇଥିବା ୨୦ଟି ଚିପ୍ସ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ହସ୍ତାନ୍ତର କରିଥିଲେ। ଶ୍ରୀ ବୈଷ୍ଣବ ସୂଚନା ଦେଇଥିଲେ ଯେ ଦେଶର ୭୮ଟି ବିଶ୍ୱବିଦ୍ୟାଳୟ ଉନ୍ନତ ଇଡିଏ ଉପକରଣ ବ୍ୟବହାର କରିବା ସହିତ ଭାରତ ଏକ ଗଭୀର ପ୍ରତିଭା ପୁଲ ସୃଷ୍ଟି କରୁଛି । ଏହା ବିଶ୍ୱ କାର୍ଯ୍ୟଶକ୍ତିର ପ୍ରାୟ ୨୦% ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking