24.1 C
Bhubaneswar
Monday, February 9, 2026
Homeଓଡିଶା୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା ଉଦଯାପିତ

୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ସୁନ୍ଦରଗଡ: ଆଜି ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡିଆଇଜି (ପଶ୍ଚିମାଞ୍ଚଳ) ଶ୍ରୀ ବ୍ରିଜେଶ କୁମାର ରାୟ ଯୋଗ ଦେଇ ଚାମ୍ପିୟନ ସୁନ୍ଦରଗଡ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଏହାସହ ରନର୍ସ ଅପ ଟ୍ରଫି ଝାରସୁଗୁଡା ଟିମକୁ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଆଜି ସୁନ୍ଦରଗଡ ପୋଲିସ ଟିମ ଓ ଝାରସୁଗୁଡା ପୋଲିସ ଟିମ ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସୁନ୍ଦରଗଡ ଟିମ, ଝାରସୁଗୁଡା ଟିମକୁ ପେନାଲ୍ଟି କିକରେ ୪-୩ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜେତା ହୋଇଛି ।

ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଡ଼ିଫେଣ୍ଡର ଖେଳାଳି ଭାବେ ଝାରସୁଗୁଡ଼ାର କନେଷ୍ଟବଳ ରାକେଶ ଓରାମ, ଶ୍ରେଷ୍ଠ ଗୋଲକିପର ଭାବେ ସୁନ୍ଦରଗଡ଼ର ହାବିଲଦାର କୁନାଲ କାଲୋଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ମିଡଫିଲ୍ଡର ଭାବେ କମିଶନେରେଟ୍ ଟିମର କନେଷ୍ଟବଳ ଲାଖାଇ ମୁର୍ମୁ ଏବଂ ଶ୍ରେଷ୍ଠ ଫରୱାର୍ଡ ଖେଳାଳି ଭାବେ ରାଉରକେଲାର କନେଷ୍ଟବଳ ସମୀର କେରେକେଟା ଓ ସୁନ୍ଦରଗଡ଼ର କନେଷ୍ଟବଳ ଆଲିଷ୍ଟର ବ୍ୟାଙ୍କର ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳିଭାବେ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା।  ଉଲ୍ଲେଖଯୋଗ୍ୟ ଯେ, ଏହି ୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା – ୨୦୨୫ ରେ ରାଜ୍ୟର ବିଭିନ୍ନ ଜିଲ୍ଲା ପୋଲିସ ଏବଂ ବାଟାଲିୟନର ୪୭ ଗୋଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ପ୍ରାୟ ୮୫୦ ଜଣ ଖେଳାଳି ସାମିଲ ହୋଇଥିଲେ । ଆଜିର ଏହି ଉଦଯାପନୀ ସମାରୋହରେ ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀ ଡଃ ଶୁଭଙ୍କର ମହାପାତ୍ର , କେନ୍ଦୁଝର ଏସପି ଶ୍ରୀ କୁଶାଲକର ନିତିନ ଦାଗୁଡୁ , ରାଉରକେଲା ଏସପି ଶ୍ରୀ ନିତେଶ ୱାଧାନୀ ,ସୁନ୍ଦରଗଡ ଏସପି ଅମ୍ରିତପାଲ କୌର, ଉପ ଜିଲ୍ଲାପାଳ ତେଜସ୍ବିନୀ ବେହେରାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଟିମର ଅଧିନାୟକ, ଖେଳାଳି ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking