ନୂଆଦିଲ୍ଲୀ: ଏସସିଓ ସମ୍ମିଳନୀରେ ପରୋକ୍ଷରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ କଡା ବାର୍ତ୍ତା ଦେଇଛନ୍ତି । ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ କଡା ବାର୍ତ୍ତା ଦେଲେ ମୋଦି । ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ ପ୍ରତିବନ୍ଧକ କହିଲେ । ସୁରକ୍ଷା , ଯୋଗାଯୋଗ ଓ ସୁଯୋଗ ଏସସିଓର ୩ ଗୁରୁତ୍ୱପୁଣ୍ଣ ସ୍ତମ୍ବ । ସୁରକ୍ଷା , ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ । କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ ପ୍ରତିବନ୍ଧକ । ଗତ ୪ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡା ସହିଛି । ଅନେକ ମାଆ ନିଜ ସନ୍ତାନ ହରାଇଛନ୍ତି, ଅନେକ ମଧ୍ୟ ଅନାଥ ହୋଇଛନ୍ତି । ନିକଟରେ ପହଲଗାମ ହମଲା ମାନବିକତା ଉପରେ ଆକ୍ରମଣ ଥିଲା । ଏଭଳି କଠିନ ସମୟରେ ଭାରତକୁ ସମର୍ଥନ କରିଥିବା ମିତ୍ର ଦେଶଗୁଡିକୁ ଧନ୍ୟବାଦ ଜଣାଉଛନ୍ତି । ଭାରତ ଟେଣ୍ଡର ଫଣ୍ଡିଂ ବିରୋଧରେ ବି ସ୍ୱର ଉଠାଇଛି । ଆମେ ଆତଙ୍କବାଦର ପତ୍ୟେକଟି ସ୍ୱରୁପକୁ ବିରୋଧ କରୁଛୁ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ । ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢିବାକୁ ହେବ । ଆତଙ୍କବାଦ ପ୍ରସଙ୍ଗରେ କୈଣସି ଡବଲ ଷ୍ଟାଣ୍ଡାର୍ଡ ଚାଲିବନି ।










